କ୍ରୋଧ
କ୍ରୋଧ
ନିମିଷକେ ଜାଳିଦିଏ
ମନ ଓ ଶରୀର
ଇନ୍ଦ୍ରିୟର ଗତି ତୀବ୍ର
ବୁଦ୍ଧି ଭ୍ରଷ୍ଟ କରେ।
ବିସ୍ମରଣ ହୁଏ
ଭାଙ୍ଗି ଦିଏ ଧୈର୍ଯ୍ୟ
ଅହଂକାର ମାଡିଆସେ
ଗର୍ବ ବି ସାଥିରେ।
ବିଷୟର ଆସକ୍ତି ଜନିତ
ଅଗ୍ନିଶମ ଏହି
ଜାଳିଦିଏ ନିଜକୁ
ଜଳାଏ ଅନ୍ୟକୁ ।
ଆୟତ ରୁହେନି ମନ
ଅଳ୍ପ ସବୁ ବିରାଟ ରୂପରେ
ନିଜକୁ ନିର୍ଦ୍ଦୋଷ ମଣେ
କାହାକୁ ନମାନେ।
ଦୁର୍ବାଶାର ଅନ୍ୟନାମ
ଅନାୟତ ଏକଛତ୍ର
ଅଗ୍ନି ସମ ପ୍ରଚଣ୍ଡ ରୂପରେ
ନିମିଷକେ ଆସେ ।
