କଳିକାଳ ରୀତି
କଳିକାଳ ରୀତି
କଳିତ କରାଳ ରୂପ ଦେଖାଉଛି
ମଣିଷ ଜାଣି ଅଜଣା,
କେତେ ରୂପେ ନାଟ ନାଟୁଆ ସାଜୁଛି
ଉପର ଵାଲାଙ୍କୁ ଜଣା ।
ଘରେ,ଘରେ ଆଜି ହିଂସା,ଇର୍ଷା ସାଜି
କାୟା ମେଲାଇଛି ଏଠି,
ସୁଖ, ଶାନ୍ତି ଯୁପକାଷ୍ଟ ସଜାଉଛି
ଅଶାନ୍ତି ଭାବ ସବୁଠି ।
ନିଜେ ନିଜବୈରୀ କେ ଅଛି ଅଇରୀ
ହୃଦୟେ ଭାବନା ହଜେ,
କଳି ମଞ୍ଚି ବୁଣି ଛିଞ୍ଚୁଥାଏ ପାଣି
କର୍ମଫଳେ ହୃଦ ସିଝେ ।
ମୁଁ 'ତଭଗାରୀ କେହେବ ବା ଆଭାରୀ
ଭକ୍ତ ବୋଲି କହୁଥିଲେ,
ଦେହୁ ନାରାୟଣ ଏ କାଳେ ନାହାନ୍ତି
କଳି କାଳ ରୀତି ତୁଲେ ।
ରାଗ, ହିଂସା ଦ୍ୱେଷ ଶତ୍ରୁ ତ ଦେହର
ମନଠାରୁ ଦୂର ହେଲେ,
ଶାଶ୍ୱତ ଚେତନା ସତେକି ଉଇଁବ
ସତ୍ୟ ଭାବନାର ଫଳେ ।