STORYMIRROR

Sachidananda Kar

Inspirational Others

4  

Sachidananda Kar

Inspirational Others

ଇସ୍ କି ଖୁସି ସେ

ଇସ୍ କି ଖୁସି ସେ

1 min
374


   ଭୋକହେଲେ ଆସେ ଦଉଡି ଧାଇଁ ମୁଁ

              ମାଆ ବାଢିଦିଏ ଭାତ

   ଇସ୍ କି ଖୁସି ସେ ବସିଯାଏ ବେଗେ

              ଧୋଇଦେଇ ମୁହଁ ହାତ ।।


    ବୁଲିଯିବା ପାଇଁ ବେଳେବେଳେ ମୋତେ

               ମାଆ ଦିଏ ସଜ କରି

    ଇସ୍ କି ଖୁସି ସେ ନୂଆ ଜାମାରେ ମୁଁ

               ଦିଶୁଥାଏ ବାବୁ ପରି ।।


    ତାରା ଦେଖିବାକୁ ମନ ହୁଏ ମୋର

               କାଖରେ ବସାଏ ମାଆ

    ଶୁଣି ତା' ମୁହଁରୁ ମନଭୁଲା ଗୀତ

               ଇସ୍ କି ଖୁସି ସେ ଆହା ।।


     ଗେଲ କରିଦିଏ ମାଆ ମୋତେ ତା'ର

               କୋଳରେ ବସେଇ ଦେଇ

     ଇସ୍ କି ଖୁସି ସେ ପିଲାମନ ମୋର

                ନାଚିଯାଏ ଥେଇ ଥେଇ ।।


     ଶୀତୁଆ ରାତିରେ ନିଦୁଆ ଆଖିରେ

                ଶୋଇପଡେ ମାଆ ପାଶେ

     ଇସ୍ କି ଖୁସି ସେ ରାତି ସାରା ମୋର

                ନିଦରେ ସପନ ଆସେ ।।


     ମାଆ ପରି ମୋର ମାଟି ମାଆ କୋଳେ

              ଥାଏ ମୁହିଁ ସାଥି ମେଳେ

     ଇସ୍ କି ଖୁସି ସେ ସକାଳରୁ ସଂଜ

              ନାନା ଜାତି ଖେଳ ଖେଳେ ।।


     ପାଦ ତଳେ ମୋର ମାଟି ମାଆ ଥାଏ

              ମଥାରେ ମାଆର ହାତ

     ସତେ କି ସରଗ ଖସିଛି ମୋ ହାତେ

              ଖୁସି ମୋ ଅକାତକାତ ।।


     ଯେମିତି ଜୀଇଛି ଯାହା ମୁଁ ପାଇଛି

              ମାଆ ମାଟି ମୁହଁ ଚାହିଁ

     ଇସ୍ କି ଖୁସି ସେ କଥାରେ ଭାଷାରେ

              କହି ମୁଁ ପାରିବି ନାହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational