ଜୟ ଯବାନ
ଜୟ ଯବାନ
ଆଜି ସବୁ ବଗିଚାର ଫୁଲ ତୋଳି ଦେବି
ମୋ ଦେଶ ସୈନିକ ପାଇଁ ।
ସବୁ ଦୋକାନରୁ କିଣି ଆଣିବି ମୁଁ ହାର
ମୋ ଦେଶ ସୈନିକ ପାଇଁ ।।
ଆଜି ସବୁ ଅବିର ହେବନାହିଁ ବେପାର
ରହିବ ମୋ ଦେଶ ସୈନିକ ପାଇଁ ।
ସବୁ କଉଡ଼ି ଖଇ ବିଞ୍ଚି ହୋଇବ ଯାଇ
ମୋ ଦେଶ ସୈନିକ ଉପରେ ଭାଇ ।।
କହିବି ମୁଁ କହିବି ମୁଁ
ଜୟ ଯବାନ ଜୟ ଯବାନ ଭାଇ ।
ଅମର ରହେ ଅମର ରହେ
ମୋ ଯବାନ ଭାଇ ।।
