ମୋ ସ୍କୁଲ୍
ମୋ ସ୍କୁଲ୍
ଜୀବନ ପଥର ପ୍ରଥମ ପାହାଚ
ଯେଉଁଠି ଛୁଇଁଛି ମୁହିଁ,
ସେହି ମୋ ସ୍କୁଲ୍ ସେହି ମୋ ସ୍କୁଲ୍
ଅତି ନିଜର ମୋ ପାଇଁ ।
କହିବା ପଢିବା ଲେଖିବା କୌଶଳ
ଶିଖିଛି ମୁଁ ଯେଉଁଠାରେ,
ସେହି ମୋ ସ୍କୁଲ୍ ସେହି ମୋ ସ୍କୁଲ୍
ଭୁଲିବିନି ଜୀବନରେ ।
କେତେ ସାଙ୍ଗସାଥୀ କେତେ ଭାଇଭଗ୍ନୀ
ପାଇଅଛି ଯହିଁ ମୁହିଁ,
ସେହି ମୋ ସ୍କୁଲ୍ ସେହି ମୋ ସ୍କୁଲ୍
ସରଗ ପୂର ମୋ ସେହି ।
ଚେତାଇ ଦେଇଛି ଭଲମନ୍ଦ ଯିଏ
ଦେଖାଇଛି ଭଲ ବାଟ,
ସେହି ମୋ ସ୍କୁଲ୍ ସେହି ମୋ ସ୍କୁଲ୍
ଧନ୍ୟ ମୁଁ ତାହାର ଚାଟ ।
ଅଜ୍ଞାନ ଅନ୍ଧାର ଦୂର କରି ମୋର
ଦେଇଛି ଯେ' ଜ୍ଞାନାଲୋକ,
ସେହି ମୋ ସ୍କୁଲ୍ ସେହି ମୋ ସ୍କୁଲ୍
ପାଇଛି ତା' ପାଇଁ ଭେକ ।
ଯାହା ପାଇଁ ମୁହିଁ ସମାଜରେ ଆଜି
ହାସଲ କରିଛି ସ୍ଥାନ,
ସେହି ମୋ ସ୍କୁଲ୍ ସେହି ମୋ ସ୍କୁଲ୍
ରଖିବି ତା'ର ସମ୍ମାନ ।
