ସିନ୍ଦୁର
ସିନ୍ଦୁର
1 min
12
ନାରୀର ମଥାରେ ବଳାରୁଣ ସମ
ଶୋଭିତ ବିନ୍ଦୁ ରୁଚିର,
ଅପାର ଶକ୍ତିର ସମିଶ୍ରଣ ସିଏ
ନାମଟି ତା'ର ସିନ୍ଦୁର l
ଧୌର୍ଯ୍ୟ ସାହସର ପ୍ରତୀକ ସିଏ ଯେ'
ସହିବାର ମୂଳମନ୍ତ୍ର,
ପରକୁ ଆପଣା କରିବାର ସୂତ୍ର
ତ୍ୟାଗ ତା'ର ଯେ' ମହତ l
ଶମନ ହୋଇଲେ ଯେତେ ବଳିୟାନ
ପରାସ୍ତ ହୁଏ ତା' ଠାରେ,
ବଂଶ ଉଦ୍ଧାରରେ ମୂଳପିଣ୍ଡ ସିଏ
ସଦା ସର୍ବଦା ମହୀରେ l
ବାତ୍ସଲ୍ୟ ମମତା କରୁଣାର ସିନ୍ଧୁ
ରହିଛି ତା' ଠାରେ ପୂରି,
ବିପଦେ ଆପଦେ ସାହା ହୋଇଥାଏ
ସକଳ ଶକତି ଧରି l
ନାରୀର ସମ୍ମାନ ଗୌରବ ବର୍ଦ୍ଧନ
କରିଥାଏ ଜଗତରେ,
ତା'ର ମହାନତା ସହନଶୀଳତା
ଲେଖା ପୋଥି ପୁରାଣରେ l
