ବିରହ
ବିରହ
1 min
12
ହୃଦୟ ସାଗର ଗର୍ଭେ ହିଲ୍ଲୋଳିତ
ତୁମ ପ୍ରୀତି ସ୍ମୃତି ଉତ୍ତାଳ ଲହରି,
ସୁଦୂର ବାଲୁକା ମରୀଚିକା ସମ
ଝଲସି ନାଚେ ପ୍ରତିଛବି ତୁମରି l
ହୃଦ ବେଦନା ଘନ ଗର୍ଜନ କରି
ମଥା ପିଟୁଅଛି ବେଳାଭୂମି ପରେ,
ବିଶ୍ଵାସର ସ୍ଥିର ଜଳରାଶି ଭେଦି
ଅବିଶ୍ବାସ ଝଡ଼ ମର୍ମାହତ କରେ l
ମେଘ ମଲ୍ଲାରର ଶୋଭା ପରକାଶି
ଆଶା ସଞ୍ଚରିଲୁ ମନ ଗଗନରେ,
ଭସା ବାଦଲର ଗୁଣ ବରିନେଇ
ଛିଟା ଦେଇଗଲୁ ଅନ୍ତର ଭିତରେ l
ସ୍ରୋତସ୍ୱିନୀ ସମ କଲ୍ଲୋଳିତ ହୋଇ
ପ୍ରୀତି ଫେନ ମୋର ହୃଦୟେ ବୋଳିଲ,
ଅଙ୍କାବଙ୍କା ପଥେ ଦିଗହରା ହୋଇ
ହାହାକାରେ ମୋର ଜୀବନେ ଭରିଲ l
ଦୁରୂହ ହୋଇଛି ମୋ ସ୍ବପ୍ନିଳ ଆଶା
ବିରହେ ଲେଖେ ତୁମ ପ୍ରୀତି କବିତା,
ତୁମେ ସୌଦାମିନୀ ଝଲକ ସଦୃଶ୍ୟ
ହୃଦେ ଉଙ୍କିମାରି କହୁ ଗତ କଥା l
