ପ୍ରଭାତ
ପ୍ରଭାତ
1 min
13
ଅରୁଣ କିରଣ ବରୁଣ ଅଚଳେ
ରୁଚିର ଚିତ୍ର ସରଜିଲା,
ରତ୍ନାକର ଶିରେ ତପନ ବିରାଜି
ସଧିରେ ନୟନ ଫେଡ଼ିଲା।
ସାଗର ବକ୍ଷରେ କନକ କିରଣ
ବିଚ୍ଛୁରିତ ହୋଇ ପଡିଲା,
ବରୁଣ ବାସର ସ୍ଵର୍ଣ୍ଣ ଶୋଭା କି ସେ
ଅମ୍ବୁ ଗର୍ଭେ ଫୁଟି ଦିଶିଲା।
ବିକର୍ତ୍ତନ କର ବଦନକୁ ଦେଖି
ତିମିର ଭୟରେ ଲୁଚିଲା,
କାକ ଡାକ ଛାଡି ପ୍ରଚାର କରିଲା
ପ୍ରଭାତ ଅବନୀ ଛୁଇଁଲା।
ପାଦପ ଶାଖାରୁ ପକ୍ଷୀକୁଳ ମୁଖୁଁ
ପ୍ରଭାତ ସଙ୍ଗୀତ ଶୁଭିଲା,
ମାନବ ବାସର କର୍ମ ଅନୁସରି
ନୀରବତା ଭାଙ୍ଗି ଉଠିଲା।
