STORYMIRROR

Sahitya Pujari Laxman Behara

Tragedy

4  

Sahitya Pujari Laxman Behara

Tragedy

ତୁମ ରାଧା

ତୁମ ରାଧା

1 min
21

ସେହି ଅତୀତ କୁଞ୍ଜରେ 

କିପରି ଅପେକ୍ଷା କରିଛି?

 ଦେଖିପାରୁଛ ତ' ମୋତେ? 

ମଥାରେ ଓଢ଼ଣୀ ପାଦରେ ଅଳତା 

ହୃଦୟରେ ଅସରନ୍ତି ଆଶା ନେଇ 

ନବବଧୂ ସମ ବସିଛି l


ତୁମେ ବା' କେମିତି ଦେଖିବ? 

ଚାଲିଯାଇଛ ବହୁତ ଦୂରକୁ 

ସମସ୍ତ ବନ୍ଧନ ଚ୍ଛିନ୍ନ କରି 

ହଜିଯାଇଛ ପ୍ରାଶ୍ଚୁର୍ଯ୍ଯରେ, 

ସମୟ ବା' କାହିଁ ତୋତେ? 

ଭାବିବାକୁ ମୋର କଥା ଥରେ l


ମୁଁ ତୁମକୁ ଦୋଷ ଦେବିନାହିଁ 

ସବୁ ତ' ନିୟତିର ଖେଳ 

ଆମକୁ ସ୍ୱୀକାର କରିବାକୁ ହେବ l

ହେଲେ ଗୋଟେ ପ୍ରଶ୍ନ ମୋ ମନରେ 

ସତରେ ତୁମେ କ'ଣ ମୋତେ 

ସବୁଦିନ ପାଇଁ ଭୁଲିଗଲ? 


ଯିଏ ଯେତେ କହିଲେ ବି' ମୋତେ 

ମୁଁ ବିଶ୍ବାସ କରୁନାହିଁ 

କାହିଁକି ନା' ମୁଁ ଜାଣେ 

ତୁମେ ମୋ ବିନା ରହି ପାରିବ ନାହିଁ l


Kକହିଦିଅ ମୋତେ ଥରେ 

ଏ ବିଚ୍ଛେଦ ଯନ୍ତ୍ରଣାର ସମାପ୍ତି କେବେ? 

ନିନ୍ଦା ସହି ପଥର ପାଲଟିଛି  

ଆଉ ମନରେ ଭୟନାହିଁ ମୋର 

ତୁମ ଇଚ୍ଛା ଯେବେ ଆସୁଛ ଆସ 

ପ୍ରତି ମୁହୂର୍ତ୍ତରେ ଚାହିଁ ରହିଅଛି 

ସେହି ସ୍ମୃତିଭରା କୁଞ୍ଜରେ 

ତୁମ ପାଇଁ ତୁମ ରାଧା l





Rate this content
Log in

Similar oriya poem from Tragedy