Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahitya Pujari Laxman Behara

Others

4  

Sahitya Pujari Laxman Behara

Others

ସୁନ୍ଦରୀ ସୌଦାମିନୀ

ସୁନ୍ଦରୀ ସୌଦାମିନୀ

1 min
46



ଗଗନ ଅଙ୍ଗନେ ବିଚରୁଛି ରଙ୍ଗେ

ଅପୂର୍ବ ସୁନ୍ଦରୀ ବାଳା,

କେତେବେଳେ କେଉଁ ଆଶାରେ ଶୋଭଇ

ପ୍ରକାଶି ରୂପ ମେଖଳା ।

 

ଯେହ୍ନେ ବଜ୍ରସାର ଘନ ଅନ୍ଧକାରେ

ଦିଶୁଥାଏ ଚକଚକ,

ତେହ୍ନେ ସୌଦାମିନୀ ସୁନୀଳ ଅମ୍ବରେ

ଦେଖାଏ ତା'ର ଚମକ ।

 

କେତେବେଳେ ସିଏ ଜଳଦ ସଙ୍ଗରେ

ଖେଳେ ଖିଲିଖିଲି ହସେ,

କେତେବେଳେ ଋଷି ଘଡଘଡ ହୋଇ

ଅଳପ ଅଳପ ଭାଷେ ।

 

ବରଷା ସଜନୀ ଆସିବାର ଜାଣି

ନାଚଇ ସିଏ ହରସେ,

ସର୍ବ ତନୁକାନ୍ତି ମଳିନ ଦିଶଇ

ଯେବେ ତା' ବଦନ ଦିଶେ ।

 

କିଏ କହେ ତା'କୁ ଚପଳା ଚଞ୍ଚଳା

କିଏ କହେ କ୍ଷଣପ୍ରଭା,

ଅଜଣା ରାଜ୍ୟର ରାଜକନ୍ୟା ସିଏ

ସୁନାଗରୀ ମନଲୋଭା ।


Rate this content
Log in