STORYMIRROR

Sahitya Pujari Laxman Behara

Abstract

2  

Sahitya Pujari Laxman Behara

Abstract

ଆମ ଭବିଷ୍ୟତ

ଆମ ଭବିଷ୍ୟତ

1 min
198

କୋମଳ ନିର୍ମଳ ସରଳ ମଞ୍ଜୁଳ

ସକଳ ଶିଶୁ ହୃଦୟ,

ତେଣୁ ତା'ର ଅଙ୍ଗେ ବାସ କରିଥାନ୍ତି

ସ୍ୱୟଂ ପ୍ରଭୁ ଦୟାମୟ


ବାତ୍ସଲ୍ୟ ମମତା ଦିଅ ତା'କୁ ସର୍ବେ

ସେ ଯେ' ଆମ ଭବିଷ୍ୟତ,

ସବୁ ସ୍ୱପ୍ନ ଆମ କରିବ ସାକାର

ତେଣୁ ସେ' ହୋଇଛି ଜାତ


ଭଗୀରଥ ସମ ସରଗ ଗଙ୍ଗାକୁ

ଆଣିବ ମରତ ଧାମ,

ସମାଜର ଯେତେ ଯନ୍ତ୍ରଣାର ଭାର

କରିବ ସେ ଉପଶମ


ଶ୍ରବଣ କୁମାର ସମ ସେ ହୋଇବ

ପିତାମାତା ସେବା କରି,

ଦିବ୍ୟଜ୍ଞାନ ବାର୍ତ୍ତା ବିଶ୍ୱେ ପ୍ରସାରିବ

ବିବେକାନନ୍ଦଙ୍କ ପରି


ଦୁର୍ନୀତି ଶୋଷଣ କରିବ ସେ ଦୂର

ହୋଇ ଦେଶ କର୍ଣ୍ଣଧାର,

ବିଶ୍ୱେ ଆପଣାର ଯଶ ଉଡାଇବ

ଟେକ ରଖି ଭାରତର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract