Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sahitya Pujari Laxman Behara

Abstract

2  

Sahitya Pujari Laxman Behara

Abstract

ଆହେ! ତ୍ରିଲୋଚନ

ଆହେ! ତ୍ରିଲୋଚନ

1 min
166


ଆହେ! ତ୍ରିଲୋଚନ ଜଗତ ବନ୍ଦନ

ଘେନ ମୋ ଦୟିନି ଘେନ,

ତପରୁ ନିବୃତ୍ତ ହୋଇ ଆହେ! ତାତ

ଫେଡ ତୃତୀୟ ନୟନ ।


ଦେଖ ଦେଖ ତୁମ୍ଭ ସୃଷ୍ଟି ଭାଜୁଅଛି

ସୁଖ ଶିରୀ ଆଉ ନାହିଁ,

ସଂହାର କରତା ତ୍ରିଲୋକେ ବୋଲାଅ

ନୀରବ ଅଛ କିପାଇଁ ?


କେତେ ମାଆ କୋଳ ଶୂନ୍ୟ ହେଉଅଛି

ହଜୁଛି ପତ୍ନୀ ସିନ୍ଦୁର,

ଶିଶୁ ହରାଉଛି ପିତାମାତା ତା'ର

ଭାଙ୍ଗି ଯାଉଛି ସଂସାର ।


ଚତୁଃର୍ଦିଗେ ଉଠେ ନାରୀର ଚିତ୍କାର

ପିଶାଚ ଯାତନା ପାଇ,

ସତ୍ୟ ଧର୍ମ ନ୍ୟାୟ ଅଜଣା ବାସରେ

 ଜନ ଡାକେ ତ୍ରାହି ତ୍ରାହି ।


ଫେଡ ଫେଡ ଶମ୍ଭୁ ତୃତୀୟ ନୟନ

ରଚ ହେ! ତାଣ୍ଡବ ନୃତ୍ୟ,

କଳୁଷ ବିନାଶି ଭର ସୁଖରାଶି

ମଧୁର ହେଉ ଜଗତ ।


Rate this content
Log in