Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahitya Pujari Laxman Behara

Inspirational

3  

Sahitya Pujari Laxman Behara

Inspirational

ଫେରିଆରେ ଧନ ମୋର

ଫେରିଆରେ ଧନ ମୋର

1 min
393


ଫେରିଆରେ ଧନ ମାଆ କଥା ମାନି

ଅବୁଝା ହୁଅନା ଆଉ,

ସମାଜର ରୀତି ବଡ ବିଚିତ୍ରରେ

ଜାଣିଶୁଣି ଦେବେ ଦାଉ ।


ଅଧର୍ମ ଦାଣ୍ଡରେ ଧରମ କାନ୍ଦୁଛି

ଅସତ୍ୟ ହୋଇଛି ସତ୍ୟ,

ଭଲ କରମରେ ସାହା କେ' ନୋହିବେ

ଶତ୍ରୁ ଯେ' ହୋଇବେ ଜାତ ।


ବାଲ୍ୟକାଳୁ ତୋତେ ଶିଖାଇଛି ଧନ

ଯିବାକୁ ଧରମ ପଥେ,

ସେହି ପଥେ ଆଜି ଚାଲୁଛୁ ବାବୁରେ

ଭୟ ତୁ ନକରି ଚିତ୍ତେ ।


ଚକ୍ରବ୍ୟୁହ ମଧ୍ୟେ ଅଭିମନ୍ୟୁ ପରି

ହେବ ବୋଲି ତୋର ଦଶା,

ଦିବାନିଶି ମୋର ପଲକ ପଡୁନି

ଉଡି ଯାଉଅଛି ହଂସା ।


ଫେରିଆ ଧନରେ ଚାହିଁଛି ତୋ ବାଟ

ମାଆ କଥା ଥରେ ଭାଳି,

ଲୋଡାନାହିଁ ମୋର ଧନ ଦଉଲତ

ଆରେ ମୋ ହୃଦ ସଙ୍ଖାଳୀ ।


ତୋ ଠାରୁ ବଳି କି' ସଂପଦ ହୋଇବ ?

ମୋ ପାଇଁରେ ଗୁଣମଣି,

ମାଆ ହୃଦବ୍ୟଥା ବୁଝି ତୁ ଫେରିଆ

ଆରେ ମୋ ରତନ ଖଣି ।


ଫେରିଆରେ ଧନ ଫେରିଆ ଘରକୁ

ହୁଅନାହିଁ ପରବାସୀ,

ଶାଗ ମୁଗ ଅବା ସଜ ବାସି ଖାଇ

ବିତାଇବା ଦିନ ହସି ।


Rate this content
Log in

Similar oriya poem from Inspirational