ଧନ୍ୟ ଜନ୍ମ ଭୂମି ମୋର
ଧନ୍ୟ ଜନ୍ମ ଭୂମି ମୋର
କି ସୁନ୍ଦର ଆହା ମୋ ଭାରତ ଭୂଇଁ ଲୋ
ଯେଉଁ ଠାରେ ଗଙ୍ଗା ବହେ
ବୀର ପୁରୁଷଙ୍କ ବୀର ଭୂମି ଇଏ
ମୋ ଦେଶ ତ କଥା କହେ ।
କେତେ ଅବତାର ନେଲେ ଏ ପୂର୍ଣ୍ଣ ମାଟିରେ
ରାମ କୃଷ୍ଣ ଯୀଶୁ ବୁଦ୍ଧ
ସିରିଡ଼ି ରେ ସାଇ ଅବତାର ନେଲେ
ଓଡ଼ିଶା ରେ ମହାଦେବ ।
ସୂର୍ଣ୍ଣ ପରି ଦିଶେ ମୋ ଧରିତ୍ରୀ ମା ଲୋ
ଦିଶୁ ଥାଏ ମନ ଲୋଭା
ପଥରରେ ଅଙ୍କା କେତେ କୀର୍ତ୍ତି ଆଜି
ଗିରି ବୁକେ ପାଏ ଶୋଭା ।
ଅତୀତ ଗୌରବ ମନେ ପଡେ ଆଜି
ଗିରୀ ଵୁକେ ପାଏ ଶୋଭା
ଫୁଲ ଫଳ ଭରା ସବୁଜ ବନାନୀ
ହସେ ମୋ ଧରଣୀ ରାଣୀ ।
ଆମ ପରମ୍ପରା ଆମରି ପରବ
ସବୁଠୁ ମହାନ ପୁଣି
ଅତୀତ ଗୌରବ ମନେ ପଡେ ଆଜି
ମୋ ସାଧବ ପୁଅ ର କଥା ।
ହିମାଳୟ ପର୍ବତ ଆକାଶ ଛୁଇଁଛି
ଗର୍ବେ ଟେକି ଅଛି ମଥା
ଏଇ ମା କୋଳେ ଜନମି ଥିଲେ ଲୋ
କେତ
େ ଯେ ବୀର ମାନ ।
ମାଟି ମା ଟେକ ରଖିବା ପାଇଁକି
କରିଲେ ଜୀବନ ଦାନ
କାହିଁ କେତେ ଯୁଗ ଇତିହାସେ ଲେଖା
ଏଇ ମୋ ଭାରତ ଭୂଇଁ ।
ମୋର ଭାରତ ମହାନ ସେତ
ତା କୋଳେ ଜନମ ହୋଇ
ମୋର ଗର୍ବ ରେ ଆଜି ମୋ ଫୁଲି ଉଠେ ଛାତି
ରହୁ ଆଜି ମୋ ଦେଶ ପ୍ରୀତି ।
ଆଜି ରହୁଥାଉ ସଦା ମୋହରି ହୃଦୟ
ମୋର ଗୁରୁ ଗୁରୁଜନ ଭଳି
କଳା ସଂସ୍କୃତିର ମୋ ଦେଶ ଅଟଇ
ବାର ମାସେ ତେର ପର୍ବ ।
ବିଶ୍ଵ ପରିଚିତ ମୋ ଜଗନ୍ନାଥ ଧାମ
ଆମ ଓଡିଆଙ୍କ ଗୌରବ
ଏଠି ହିନ୍ଦୁ ମୁସଲିମ ଶିଖ ଆମେ ପରା ସବୁ
ହୋଇବା ସଭିଏଁ ଭାଇ ଭାଇ ।
ରାଗ ରୋଷ ହିଂସା ପାସୋରି ଦେବାରେ
ଆମେ ସଭିଏଁ ଏକ ହେଇ
ଏଇ ଜଗତ ଦେଖିବ ଆମରି ମିତ୍ରତା
ଆମେ ରଖିବୁ ଦେଶର ଟେକ
ଯେତେ ଦିନ ଥିବ ସୂର୍ଯ୍ୟ ଚନ୍ଦ୍ର ତାରା
ଆମ ଭାରତ ରହିବ ଏକ ।