ମାଟି ମା ର ତୁମେ ଗୌରବ ସୂତ
ମାଟି ମା ର ତୁମେ ଗୌରବ ସୂତ


ମାଟି ମାଆ ଆଜି ଗର୍ବିତ ହୋଇଛି
ତା କୋଳେ ଜନ୍ମ ତୁମର
ବିଶ୍ଵ ପରିଚିତ ହେ ଅବଦୁଲ କଲାମ
ତୁମକୁ କୋଟି କୋଟି ଜୁହାର ।
ସକଳ କ୍ଷେତ୍ର ରେ ପାର ଦର୍ଶି ତୁମେ
ତରୁଣ ଜୀବନ ଶିକ୍ଷା
ରକତେ ତୁମର ସ୍ବପ୍ନ ଆଗମନ
ଅଛି ଇତିହାସେ ଲେଖା ।
ଆଜି ଝୁରୁଛି ଦେଶ ଜନତା ତୁମକୁ
ତୁମେ ଥିଲ ଗୁଣ ଗ୍ରା ହି
ଦେଶ ଇତିହାସେ ସ୍ୱର୍ଣ୍ଣ ଅକ୍ଷରରେ
ଗଲା ତୁମ ନାମ ରହି ।
ଜୀବନ ଯୁଦ୍ଧ ରେ ହାର ନାହିଁ ତୁମେ
ଜିତିବାର ପଣ ରଖି
ଉଦ୍ୟମ ତୁମର ନୁହଁଇ ବିଫଳ
ଅଦ୍ୟମ ସାହସ ସାକ୍ଷୀ ।
ନିଜ ପ୍ରତିଭା ବଳରେ ହୋଇଥିଲ ତୁମେ
ପୃଥିବୀ ଯୋଗ୍ୟତମ
ମୃତ୍ୟଂଜୟ ତୁମେ ହେ କର୍ମବୀର
ତୁମକୁ ସଲାମ ସଲାମ ।