STORYMIRROR

Lalita Jena

Children Stories

3  

Lalita Jena

Children Stories

ଧନ୍ୟ ତୁମେ ଗଙ୍ଗାଧର

ଧନ୍ୟ ତୁମେ ଗଙ୍ଗାଧର

1 min
28


ଉତ୍କଳ ସାହିତ୍ୟ ସାଗର ଗରଭେ

ତୁମେ ଯେ ମୋତି ମାଣିକ

ଓଡ଼ିଶା ମଧ୍ୟରେ ସର୍ବ କବି କୂଳେ

ଗଙ୍ଗାଧର ତୁମେ ଟେକ


ତୁମକୁ ହେ ଆଜି ଝୁରୁଛି ଏ ଦେଶ

ଲେଖା ପାଇଁ ଥିଲା ଶ୍ରମ

ସଦା ରହି ଅଛ ହୃଦୟରେ ତୁମେ

କୋଟିଏ ପ୍ରଣତି ଆମ


ତୁମରି ଲେଖରୁ ଝରି ପଡୁ ଥିଲା

କବିତା ଅମୃତ ଝର

ପ୍ରକୃତିର ଭାବ ଲେଖି ଦେଉ ଥିଲ 

ଲେଖନୀ ମୂନେ ତୁମର


ତୁମେ ସେଇ କବି ତୁମ ପାଇଁ ଆଜି

କବି କୂଳ ପରା ଝୁରେ 

ତୁମେ ରଚିଗଲ କେତେ ଯେ କବିତା

ଅମୃତର ଧାରା ଝରେ



Rate this content
Log in