STORYMIRROR

Lalita Jena

Children Stories

4  

Lalita Jena

Children Stories

କେଡେ ସୁନ୍ଦର ମୋ ଗାଁ

କେଡେ ସୁନ୍ଦର ମୋ ଗାଁ

1 min
41


ଗାଁ ଟି ମୋର   କେଡେ ସୁନ୍ଦର

   ମରତ ହୀରା ପରି

ଖୁସିରେ ହସେ   ପଟିଆ ଗଡ

   ଗାଁ ଲୋକଙ୍କୁ ଯେ ଧରି


ଚାଖଣ୍ଡେ ଛାଡ଼ି   ଧାଡିକି ଧାଡ଼ି

   କେଡେ ସୁନ୍ଦର ଘର

ଆକାଶେ ଉଡି   ଉଡି ଯାଆନ୍ତି

   ଝାଡି ଚଢ଼େଇ ପର



ଜଗନ୍ନାଥଙ୍କ    ମନ୍ଦିର ବାନା

   କିଛି ବାଟରୁ ଦିଶେ

ମନ୍ଦିର ବେଢ଼ା    ଗଛ ମୂଳରେ

   ତାସ ପାଲିଟି ବସେ



ଗାଁ ଦାଣ୍ଡରେ    ବଡ ଲାଇଟ୍

   ସବୁ ଛକରେ ଜଳେ

ହନୁମାଙ୍କଡ    ଗଛରୁ ଗଛ

   ଡେଉଁ ଥାଏ ସେ ଚାଳେ



ଖରା ବେଳରେ   ଗାଁ ପିଲାଙ୍କର

   ଆମ୍ବ ତୋଟାରେ କଳି

ଗୀତ ବୋଲନ୍ତି   କେନ୍ଦରା ଧରି

   ଯୋଗିଏ ଭଳି ଭଳି



ଗାଁ ମଝିରେ   ଯାତ୍ରା ପଡିଆ ଯେ

   ପିଲାଙ୍କ ର କ୍ରୀଡା ସ୍ଥଳି

ବ୍ୟାଟ ବଲକୁ  ଧରି ହାତରେ

   ଖେଳନ୍ତି ଉପର ଓଳି



ସନ୍ଧ୍ୟା ବେଳରେ  କେତେ ଜଳନ୍ତି

   ଦୀପ ଆଳତି ବତି

ସଂଜ ଦିଏ ମା   ଚଉରା ମୂଳେ

   ଜଣାଏ କୋଟି ପ୍ରଣତି



ସବୁ ସାହିରେ କ୍ଲବ ଘରଟେ

   ପିଲାଙ୍କର ହୁଏ ଖଟି

ଯଜ୍ଞ ସହ ହୁଏ  ଅଷ୍ଟ ପ୍ରହରୀ

   ଦିଅନ୍ତି ପ୍ରସାଦ ଭେଟି



ପୋଖରୀ ତୁଠରେ  ହାଟ ବସଇ

   ଗାଁ ଲୋକଙ୍କ ମେଳି

କୁଆଁର ପୁନେଇ  ରଜ ଗୀତରେ

   ପଡେ ମୋ ଗାଁ ଉଛୁଳି



ସକାଳ ହେଲେ  କୁକୁଡ଼ା ରାବେ

   ଚାଳରେ ରାବେ କୁଆ

ବଳଦ ଧରି   ଚଷା ପୁଅଟି

   ଦାଣ୍ଡରେ ହୁଏ ଠିଆ



କେଡେ ସୁନ୍ଦର  ମୋ ଗାଁ ଦାଣ୍ଡ

   ନିତି ଝାଡୁ ହୁଏ

ଗହିର ମାଳରୁ   ସୂରୁଜ ଉଠେ

    କ୍ଷେତେ ବିଛାଇ ଦିଏ



ଗାଁ ଦାଣ୍ଡେ ଗୋରୁ  ଚରିବାକୁ ଯାନ୍ତି

    ପକାଇ ହମା ରଡ଼ି

ପିଲାଙ୍କ ମଜା  କହିଲେ ନ ସରେ

    ଆସିଲେ ଯାତରା ଘଡି



ବାର ମାସରେ    ତେର ପରବ

    ଗାଁରେ ପାଳନ ହୁଏ

ଏଡ଼େ ସୁନ୍ଦର   ମୋ ଜନମ ମାଟି

    କେହି ସମତୁଲ ନୁହେଁ





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍