STORYMIRROR

Lalita Jena

Classics Children

3  

Lalita Jena

Classics Children

ଶ୍ରାବଣ ପୂର୍ଣ୍ଣିମା

ଶ୍ରାବଣ ପୂର୍ଣ୍ଣିମା

1 min
51


ଶ୍ରାବଣ ପୂର୍ଣ୍ଣିମା ଆନନ୍ଦରେ ଧାଇଁ

ବରଷ କେ ଥରେ ଆସିଛି

ଭାଇ ଭଉଣୀ ର ସେନେହ ମମତା

ରକ୍ଷା କବଚ ରେ ବାନ୍ଧିଛି


ଚାହ୍ନିଥିଲା ଭଉଣୀ ବାଟ କୁ ଭାଇ ର

ଆଜି ସେ ଦିନ ଆସିଛି

ଭଉଣୀ ର ଖୁସି କହିଲେ ନ ସରେ

ସତେ ଧନ ରତ୍ନ ପାଇଛି


ସେନେହ ମମତା ଭାଇ ପାଇଁ ଆଜି

ହୃଦୟରେ କେତେ ଭରିଛି

ଭାଇ ହାତେ ରାକ୍ଷୀ ବାନ୍ଧିଛି ଭଉଣୀ

ତାର ସମ୍ପର୍କ କୁ ଟାଣ କରିଛି


ପାଳୁଥିବ ପର୍ବ ମରିବା ଯାଏଁ ସେ

ମରମ ଟି ତାର ବୁଝିଛି

ରାକ୍ଷୀ ବନ୍ଧା ସାଥେ ବଳଭଦ୍ର ଜନ୍ମ

ପିଠା ପଣା କେତେ କରିଛି


ରାକ୍ଷୀ ପୂର୍ଣ୍ଣିମା ରେ ଗୋ ମାତା ପୂଜିବା

ହିନ୍ଦୁ ଧର୍ମ ରେ ରହିଛି

ଶ୍ରାବଣ ପୂର୍ଣ୍ଣିମା ଆନନ୍ଦ ରେ ଧାଇଁ 

ବରଷେ କେ ଥରେ ଆସିଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics