STORYMIRROR

Lalita Jena

Children Stories

3  

Lalita Jena

Children Stories

ଭାଇ ମୋତେ ଅଭିମାନ କରିବନି

ଭାଇ ମୋତେ ଅଭିମାନ କରିବନି

1 min
118


ଜନମି ଥିଲୁ ଭାଇ ଭଉଣୀ ଆମେ

ତଳ ଉପର ହୋଇ

କୋଟିଏ ଭିତରେ ଦେଖିଲି ଦିନେ

ଭାଇ ଯେ ତୁମେ ଦୁଇ


କାହିଁକି ଭାଇ ମନେ ପଡୁଛି ଆଜି

ମୋର ପୁରୁଣା ଦିନ

ଆଜି ମୋ ଦୁଇ ଭାଇ ମୋ ଦୁଇ ଆଖି

ରଖିଛ ମୋର ମାନ


ଜାଣିଛି ମୁହିଁ ଯେ ମୋ ଭାଇ ପରିକା

କିଏ ବା ଆଉ ଅଛି

ଆଜି ଝୁଣ୍ଟି ପଡ଼ିଲେ ଧରି ମୋ ହାତ

କେତେ ବାଟ ଚାଲିଛି


ପତର ଯେବେ ପଡେ ଭାଇ ଉପରେ

ପଥର ପଡେ ମୋତେ

ମୁଁ ଶୁଭ ମନାସେ ମୋ ଭାଇ ପାଇଁକି

ସଂଜ ସକାଳେ କେତେ


ଆମେ ଭାଇ ଭଉଣୀ ସ୍ନେହ ରଙ୍କୁଣୀ

ହେବାନି କେବେ ଦୂର

ମୋ ପାଇଁ ଥାଉ ସଦା ତୁମରି ଆଶିଷ

ଶ୍ରେଷ୍ଠ ପାଉଣା ମୋର


ମୋ ଭାଇ କେତେ ଯେ କରୁଥାଏ ଚିନ୍ତା

ମୋରି ଦେହ ପାଇଁ

ଗର୍ବ କରିବି ମରିଲା ଯାକେ ମୁଁ

ତୁମକୁ ପାଇ ଭାଇ


ଆଜି ଅଳି କରଇ ଦୀପ ଜଳାଇ

କାଳିଆ ପାଖେ ମୁହିଁ

ଦୀର୍ଘାୟୁ କର ମୋ ଦୁଇ ଭାଇ ଙ୍କୁ

ମୋ ଆୟୁଷ ନେଇ


ସେନେହ ସୂତା ର ମମତା ର ମାଳି

ବାନ୍ଧିନି ହାତେ ତୁମର

ହୃଦୟ ରେ ମୁହିଁ ଭଲ ପାଉ ଥାଏ

ସେହି ତ ସେନେହ ଡୋର


ମୋର ତୁମ ଛଡା କେହି ନାହାଁନ୍ତି ନିଜର

ମୋତେ ଭାଇ ଭୁଲିବନି

ବାନ୍ଧିନି ମୁଁ ରାକ୍ଷୀ ତୁମ ହାତେ ଭାଇ

ମୋତେ ଅଭିମାନ କରିବନି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍