ଧନ୍ୟ ମୋ ଜନମ ଭୂଇଁ
ଧନ୍ୟ ମୋ ଜନମ ଭୂଇଁ


କି ସୁନ୍ଦର ଆହା ମୋ ଭାରତ ଭୂଇଁ ଲୋ
ଯେଉଁ ଠାରେ ଗଙ୍ଗା ବହେ
ବୀରପୁରୁଷଙ୍କ ବୀର ଭୂମି ଏଇ
ମୋ ଦେଶ ତ କଥା କହେ
କେତେ ଅବତାର ନେଲେ ଏ ପୂର୍ଣ୍ଣ ମାଟିରେ
ରାମ କୃଷ୍ଣ ଯୀଶୁ ବୁଦ୍ଧ
ଶିରିଡ଼ିରେ ସାଇ ଅବତାର ନେଲେ
ଓଡ଼ିଶାରେ ମହାଦେବ
ସୂର୍ଣ୍ଣ ପରି ଦିଶେ ମୋ ଧରିତ୍ରୀ ମା ଲୋ
ଦିଶୁଥାଏ ମନ ଲୋଭା
ପଥରରେ ଅଙ୍କା କେତେ କୀର୍ତ୍ତି ଆଜି
ଗିରି ବୁକେ ପାଏ ଶୋଭା
ଫୁଲ ଫଳ ଭରା ସବୁଜ ବନାନୀ
ହସେ ମୋ ଧରଣୀ ରାଣୀ
ଆମ ପରମ୍ପରା ଆମରି ପରବ
ସବୁଠୁ ମହାନ ପୁଣି
ଅତୀତ ଗୌରବ ମନେ ପଡେ ଆଜି
ମୋ ସାଧବ ପୁଅର କଥା
ହିମାଳୟ ପର୍ବତ ଆକାଶ ଛୁଇଁଛି
ଗର୍ବେ ଟେକି ଅଛି ମଥା
ଏଇ ମା କୋଳେ ଜନମି ଥିଲେ ଲୋ
କେତେ ଯେ ବୀର ମାନ
ମାଟି ମା ଟେକ ରଖିବା ପାଇଁ କି
କରିଲେ ଜୀବନ ଦାନ
କାହିଁ କେତେ ଯୁଗ ଇତିହାସେ ଲେଖା
ଏଇ ମୋ ଭାରତ ଭୂଇଁ
ମୋର ଭାରତ ମହାନ ହୋଇଛି ସେତ
ବୀର ପୁରୁଷଙ୍କ ପାଇଁ
ଗର୍ବରେ ଆଜି ମୋ ଫୁଲି ଉଠେ ଛାତି
ରହୁ ମୋର ଦେଶ ପ୍ରୀତି
ଆଜି ରହୁଥାଉ ସଦା ମୋହରି ହୃଦୟେ
ମୋର ଗୁରୁ ଗୁରୁଜନ ଭକ୍ତି
କଳା ସଂସ୍କୃତିର ମୋ ଦେଶ ଅଟଇ
ବାର ମାସେ ତେର ପର୍ବ
ବିଶ୍ଵ ପରିଚିତ ମୋ ଜଗନ୍ନାଥ ଧାମ
ଆମ ଓଡିଆଙ୍କ ଗୌରବ
ଏଠି ହିନ୍ଦୁ ମୁସଲିମ ଶିଖ ଆମେ ପରା ସବୁ
ହୋଇବା ଯେ ଭାଇ ଭାଇ
ରାଗ ରୋଷ ହିଂସା ପାଶୋରି ଦେବାରେ
ଆମେ ସଭିଏଁ ଏକ ହୋଇ
ଏଇ ଜଗତ ଦେଖିବ ଆମରି ମିତ୍ରତା
ଆମେ ରଖିବୁ ଦେଶର ଟେକ
ଯେତେ ଦିନ ଥିବ ସୂର୍ଯ୍ୟ ଚନ୍ଦ୍ର ତାରା
ଆମ ଭାରତ ରହିବ ଏକ