STORYMIRROR

Lalita Jena

Children Stories

4  

Lalita Jena

Children Stories

ଧନ୍ୟ ମୋ ଜନମ ଭୂଇଁ

ଧନ୍ୟ ମୋ ଜନମ ଭୂଇଁ

1 min
32


କି ସୁନ୍ଦର ଆହା ମୋ ଭାରତ ଭୂଇଁ ଲୋ

ଯେଉଁ ଠାରେ ଗଙ୍ଗା ବହେ

ବୀରପୁରୁଷଙ୍କ ବୀର ଭୂମି ଏଇ

ମୋ ଦେଶ ତ କଥା କହେ


କେତେ ଅବତାର ନେଲେ ଏ ପୂର୍ଣ୍ଣ ମାଟିରେ

ରାମ କୃଷ୍ଣ ଯୀଶୁ ବୁଦ୍ଧ

ଶିରିଡ଼ିରେ ସାଇ ଅବତାର ନେଲେ

ଓଡ଼ିଶାରେ ମହାଦେବ


ସୂର୍ଣ୍ଣ ପରି ଦିଶେ ମୋ ଧରିତ୍ରୀ ମା ଲୋ

ଦିଶୁଥାଏ ମନ ଲୋଭା

ପଥରରେ ଅଙ୍କା କେତେ କୀର୍ତ୍ତି ଆଜି

ଗିରି ବୁକେ ପାଏ ଶୋଭା


ଫୁଲ ଫଳ ଭରା ସବୁଜ ବନାନୀ

ହସେ ମୋ ଧରଣୀ ରାଣୀ

ଆମ ପରମ୍ପରା ଆମରି ପରବ 

ସବୁଠୁ ମହାନ ପୁଣି


ଅତୀତ ଗୌରବ ମନେ ପଡେ ଆଜି

ମୋ ସାଧବ ପୁଅର କଥା

ହିମାଳୟ ପର୍ବତ ଆକାଶ ଛୁଇଁଛି

ଗର୍ବେ ଟେକି ଅଛି ମଥା


ଏଇ ମା କୋଳେ ଜନମି ଥିଲେ ଲୋ

କେତେ ଯେ ବୀର ମାନ

ମାଟି ମା ଟେକ ରଖିବା ପାଇଁ କି

କରିଲେ ଜୀବନ ଦାନ


କାହିଁ କେତେ ଯୁଗ ଇତିହାସେ ଲେଖା

ଏଇ ମୋ ଭାରତ ଭୂଇଁ

ମୋର ଭାରତ ମହାନ ହୋଇଛି ସେତ

ବୀର ପୁରୁଷଙ୍କ ପାଇଁ


ଗର୍ବରେ ଆଜି ମୋ ଫୁଲି ଉଠେ ଛାତି

ରହୁ ମୋର ଦେଶ ପ୍ରୀତି

ଆଜି ରହୁଥାଉ ସଦା ମୋହରି ହୃଦୟେ

ମୋର ଗୁରୁ ଗୁରୁଜନ ଭକ୍ତି


କଳା ସଂସ୍କୃତିର ମୋ ଦେଶ ଅଟଇ

ବାର ମାସେ ତେର ପର୍ବ

ବିଶ୍ଵ ପରିଚିତ ମୋ ଜଗନ୍ନାଥ ଧାମ

ଆମ ଓଡିଆଙ୍କ ଗୌରବ


ଏଠି ହିନ୍ଦୁ ମୁସଲିମ ଶିଖ ଆମେ ପରା ସବୁ

ହୋଇବା ଯେ ଭାଇ ଭାଇ

ରାଗ ରୋଷ ହିଂସା ପାଶୋରି ଦେବାରେ

ଆମେ ସଭିଏଁ ଏକ ହୋଇ


ଏଇ ଜଗତ ଦେଖିବ ଆମରି ମିତ୍ରତା

ଆମେ ରଖିବୁ ଦେଶର ଟେକ

ଯେତେ ଦିନ ଥିବ ସୂର୍ଯ୍ୟ ଚନ୍ଦ୍ର ତାରା

ଆମ ଭାରତ ରହିବ ଏକ


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍