ଦୁହିତା ଜନମ ଦୁଇ କୁଳ କୁ
ଦୁହିତା ଜନମ ଦୁଇ କୁଳ କୁ
ଜନମିଲା ଦିନେ ଯେଉଁ ଘରେ ଝିଅ
ଜଳିଛି ଏନ୍ତୁଡି ନିଆଁ
ଦିନେ ଛାଡ଼ି ଯିବ ସେଇ ଆପଣ ଘରକୁ
ଛାଡ଼ି ମୋହ ମାୟା ଗାଁ ।
ଦିନେ ସବାରି ଉଠିବ ବାପଘରୁ ତାର
ଶାଶୁ ଘରୁ ଯିବ କୋକେଇ
ଏ ଝିଅ ଜନମ ଟି ଦୁଇ କୂଳକୁ ଲୋ ମା
ବିଧାତା ର ଖେଳ ଏଇ ।
ଦିନେ ଜନମ କରିଲା ଅନ୍ତ ଚିରି ଯିଏ
ହୋଇଗଲା ସାତ ପର
ପାଲି ନାଲି ସିଏ ମଣିଷ କରିଲା
କରିଦେବ ଦିନେ ଦୂର ।
ଶାଶୁ ଘର ଯିବ ଅଲି ଅଳି ଝିଅ
ଗଢ଼ିବ ନୂଆ ଦୁନିଆ
ଶାଶୁ ଶଶୁର ଓ ନଣନ୍ଦ ଦିଅର
ହସାଇବ ନୂଆ କନିଆ ।
ପରକୁ ଆପଣ କରିନବ ଝିଅ
କେତେ କେତେ ସେବା ଦେଇ
ରନ୍ଧା ବ ଢା ଠାରୁ ଘର କାମ ଯେତେ
ପାଦ ସେବା କରି ନେଇ ।
ଜନ୍ମ ଦିଏ ଯିଏ ପାଏ ନାହିଁ ସେବା
ସାଇତି ରଖେନି ଘରେ
କେତେ ଯା ନି ଯୌତକ ବିଦା କରିଦିଏ
କେତେ ଦୁଃଖ କଷ୍ଟ କରେ ।
କାନ୍ଦି କାନ୍ଦି ଯାଏ ସେଇ ଅଲ୍ଲି ଅଳି ଝିଅ
ବସି ବାପଘର ସ୍ମୃତି ଭାଲେ
ଅତି ଗେଲ ବସରରେ ବଢିଥିଲା ସିଏ
ତାର ବାପା ବୋଉ କୋଳେ ।
ଆଜି ଯିଏ ଝିଅ ଦିନେ କାଲି ସିଏ ବୋହୂ
ଏତ ଝିଅ ଙ୍କ କରମ ଏଇ
ସେତ କରମ ଆଦେରି ରହେ ଶାଶୁଘରେ
ଆଖି ଲୁହ ପିଇ ପିଇ ।
ରାତି ଦିନ ଝିଅ କେତେ କରଇ କର୍ତ୍ତବ୍ୟ
ସେ ପରା ବିନା ସ୍ୱର୍ଥ ରେ
ସେଠି ସଭି ଙ୍କ ମନକୁ ତୋଷି ନେଉଥାଏ
ଆଜି ମିଛ ଏ ରଙ୍ଗ ମଞ୍ଚରେ ।
ଏ ବିଧାତା ଗଢିଛି ସେତ ଝିଅକୁ ଏମିତି
ଅଷ୍ଟଭୂଜା ନାମକୁ ଦେଇ
ତଥାପି ଲୋ ଝିଅ ଆଜି ନିନ୍ଦା ପାଏ କାହିଁ
କର୍ମେ ଲେଖିଅଛି ବହି ।
ବଟ ବୃକ୍ଷ ପରି ତୁ ହେଇବୁ ଝିଅ ଲୋ
ଦୁଃଖ ସୁଖ ସହି କେତେ
ଦୁହିତା ଜନମ ଦିକୁଳକୁ ଲୋ
ପଦେ କହୁଅଛି ତତେ ।