STORYMIRROR

Lalita Jena

Others

3  

Lalita Jena

Others

ରାକ୍ଷୀ ପରବ

ରାକ୍ଷୀ ପରବ

1 min
298


ବରଷକେ ଥରେ ଆସିଛି ଆଜିରେ

ଆମ ଓଡ଼ିଆ ଘର ପରବ

ଆମ ପରମ୍ପରା ବଜାଇ ରଖିବା

ଆମ ଓଡ଼ିଆଙ୍କ ଗୌରବ

ଭାଇ ଭଉଣୀର ପ୍ରୀତି ବନ୍ଧନ ଏ

ରାକ୍ଷୀ ତ ସୁରକ୍ଷା କବଚ

ଗୀତ ଗାଇ ଗାଇ ନାଚି କୁଦି ଆମେ

କରିବା ଆସରେ ମଉଜ

ଜାତି ଭେଦ ଭାବ ଭୁଲିବା ଆମେରେ

ଭାଇ ଚାରା ଆମ ଭାରତ

ଓଡ଼ିଆ ଜାତିର କାନେ କାନେ ଆମେ

ଶୁଣାଇବା ବନ୍ଧନ ଗୀତ

ଗାଁ ଠାରୁ ଦେଖ ସହର ଜାକରେ

ଭଉଣୀ ହାତେ ଫୁଲ ଚନ୍ଦନ

ଭଉଣୀ ଙ୍କ ମନରେ ଖୁସି ଭରିଦେବା

ଆମେ ଭାରତର ସନ୍ତାନ

ରାକ୍ଷୀ ପରବକୁ ଆନନ୍ଦେ ପାଳିବା

ପର ଆପଣା ନ ଭାବି

ବରଷ କୁ ଥରେ ଭଉଣୀ ଚାହଁଛି 

ରାକ୍ଷୀ କି ସୁରକ୍ଷା ଭାବି I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍