STORYMIRROR

pranati Mahapatra

Inspirational

4  

pranati Mahapatra

Inspirational

ଆସ ଆମେ କିଛି କରିବା

ଆସ ଆମେ କିଛି କରିବା

1 min
326


ଆସ ଆମେ କିଛି କରିବା,

ମଣିଷ ତିଆରି କାରଖାନା ନାମେ ମନ୍ଦିର ଟିଏ ଗଢିବା।

ଆସ ଆମେ କିଛି କରିବା ।

ଦୁର୍ନୀତିକୁ ଦୂରେଇ ଦେବା,

ଆମେ ବ୍ୟଭିଚାର ରୋକିବା,

ମଣିଷ ମନରେ ନାରୀ ଜାତି ପ୍ରତି ସମ୍ମାନର ଚାରା ଆମେ ବୁଣିବା ।

ଆସ ଆମେ

ସମାଜରୁ ନିଶା ଉଠେଇ

କୁପରିଣତି ଦେବା ବୁଝେଇ,

ଅନ୍ୟାୟ ଅନୀତି ଦୂର କରି ଦେଇ ଆଦର୍ଶ ଓଡିଶା ଗଢି ତୋଳିବା।

ଆସ ଆମେ

ନିଷ୍ଠାପର କର୍ମ କରିବା,

ସବୁଠାରେ ସ୍ଵଛ ରଖିବା,

ସ୍ଵଛ ଶାସନର ସୈନିକଟେ ହୋଇ ନବୀନ ବାରତା କହୁଣଥିବା ।

ଆସ ଆମେ

ସୁଶିକ୍ଷା ସଂସ୍କାରେ ରହିବା,

ଧର୍ମ ନୀତି ଆଚରୁ ଥିବା,

ପିତା ମାତା ସେବା କରି ଓଡିଶାରେ ବୈଦିକ ସଂସ୍କୃତି ସ୍ଥାପନ କରିବା ।

ଆସ ଆମେ

ପରନିନ୍ଦା ଚର୍ଚ୍ଚା ବନ୍ଦ କରିବା,

ନିଜକୁ ନିଜେ ତ ପରଖୁଥିବା,

ଅନ୍ୟକୁ ଆଙ୍ଗୁଠି ଦେଖାଇବା ଆଗୁ ନିଜ ଦୋଷଗୁଣ ତର୍ଜମା କରିବା ।

ଆସ ଆମେ

ସମୟାନୁବର୍ତ୍ତିତା ହେବା

କୁପ୍ରବୃତ୍ତି ତ୍ୟାଗ କରିବା,

ସବୁଜ ସୁନ୍ଦର ସୁନା ଓଡିଶାକୁ ଆଦର୍ଶ ଜିଲ୍ଲାର ମାନ୍ୟତା ଦେବା,

ନବୀନ ଶଂଖକୁ ସବୁଠି ବଜାଇ ସୁଶାସନେ ପରିଚାଳିତ ହେବା।

ଆସ ଆମେ କିଛି କରିବା।

ମଣିଷ ତିଆରି କାରଖାନା ନାମେ ମନ୍ଦିର ଟିଏ ଗଢିବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational