STORYMIRROR

Subhalaxmi Nayak

Inspirational Others

4  

Subhalaxmi Nayak

Inspirational Others

ନିତି ଦେଖେ ଏକ ସୂର୍ଯ୍ୟର ମୃତ୍ୟୁ

ନିତି ଦେଖେ ଏକ ସୂର୍ଯ୍ୟର ମୃତ୍ୟୁ

1 min
186

ସେଇ ସନ ମାତୃଭୂମିର ଦୁର୍ଗତି ସରିଲା,

ପରାଧୀନ ଜୀବନର ଶେଷ ଯେ ହୋଇଲା।

ନବସୂତ ଉଇଁଲା ଯେ ସ୍ବତନ୍ତ୍ର ପରିଚୟ ଘେନି,

ଆଢ଼ୁଆଳେ ଅଗଣିତ ବୀର ପୁତ୍ର ବୋଲାଇଲେ ମହାଦାନୀ।

ନିଜ ଜୀବନକୁ ବାଜି ଲଗାଇ ଅଚିରେ,

ସ୍ୱାଧୀନତାର ପୁଷ୍ପମାଲ୍ୟ ଦେଇ ଦେଶମାତୃକାର ଗଳାରେ।

ଇଂରେଜ ହାକିମ ନିକଟେ ନ କରିଲେ ସମର୍ପଣ,

ଅସୀମ ସାହସ ବଳେ କରିଲେ ଗୋରା ଦମନ।

ମହାନ ସେ ଜନ୍ମଦାତ୍ରୀ, ମହାନ ତା' ପୁତ୍ର-ପୁତ୍ରୀ !

ଛତ୍ରଭଙ୍ଗ ଦେଲା ଶେଷେ କପଟୀ ଗୋରା ଶତ୍ରୁ,

ଦେଶପ୍ରେମେ ଜନତା ନିତି ଦେଖେ ଏକ ସୂର୍ଯ୍ୟର ମୃତ୍ୟୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational