STORYMIRROR

Sahadev Behera

Inspirational

4  

Sahadev Behera

Inspirational

ଜଳ ହିଁ ଜୀବନ

ଜଳ ହିଁ ଜୀବନ

1 min
548

 (prompt -7)


କିଏ ସେ ପାରିବ ଜଳ ବିନା ସତେ 

ମୁହୂର୍ତ୍ତେ ଜୀବନ ଧରି 

ସେ ପରା ଜୀବନ ସେ ପରା ପରାଣ 

କିଏ ହେବ ତା'ର ସରି ll 1


କଠିନ ବରଫ  ତରଳ ଗ୍ୟାସୀୟ 

ତିନି ଅବସ୍ଥାରେ ଥାଏ 

ବରଷିଲେ ବର୍ଷା ବନ୍ୟା ଜଳ ମାଡେ

ମାଟି ତଳେ କିଛି ରହେ ll 2


ଏକସ୍ତରି ଭାଗ ପୃଥିବୀର ଜଳ 

ଚାରି ଆଡ ପୂରିଅଛି 

ତଟିନୀ ସାଗର ପୋଖରୀ ହରଦ

ବରଫେ ଭରିରହିଛି ll 3


ପାନୀୟ ପାଇଁ କି କେଇବୁନ୍ଦା ଜଳ 

ଭାରି ଦରକାରୀ ଅଟେ 

ଭୂତଳୁ ସଂଗ୍ରହ କରଇ ମଣିଷ 

ସତେ ଅବା କେତେ କଷ୍ଟେ ll 4


ମଣିଷର ହୀନ କାର୍ଯ୍ୟକଳାପର

ବଢି ଚାଲେ ପରିମାଣ 

ପାନୀୟଜଳର ଅଧିକ ସଙ୍କଟ

କରଇ ଯେ ମ୍ରିୟମାଣ ll 5


ବରଷା ଜଳର ଅମଳ ବ୍ୟବସ୍ଥା 

ଜଳ ଅପଚୟ ରୋକିବା 

ସଚେତନ ହୋଇ ଜଳକୁ ସଠିକ 

ଉପଯୋଗ ଆମେ କରିବା ll 6




Rate this content
Log in

Similar oriya poem from Inspirational