STORYMIRROR

Sadananda Pratihari

Inspirational

4  

Sadananda Pratihari

Inspirational

ମୋ ଭାରତ

ମୋ ଭାରତ

1 min
191

ଭୂମିଷ୍ଠ ହେଲି ମୁଁ ଭାରତ ମାଟିରେ

ଜନନୀ ଜଠରୁ ଜନମ ନେଇ

ସେହି ମାତୃଭୂମି ଭାରତ ମୋ ଦେଶ

ବଞ୍ଚିଛି ତା ପାଣି ପବନ ଖାଇ ।

ଖେଳୁଛି ବୁଲୁଛି ବଢୁଛି ତା କୋଳେ

ଅତି ଆନନ୍ଦରେ ସାଥୀଙ୍କ ମେଳେ ।

ଲଭିବି ମରଣ ମିଶିବି ମାଟିରେ

ହଜିଯିବି ଦିନେ ତାହାରି କୋଳେ ।

ନାନା ଜାତି ଧର୍ମ ନାନା ଜାତି ବର୍ଣ୍ଣ

ନାହିଁ ଭେଦଭାବ ଆମ ଭିତରେ

ସନାତନ ଧର୍ମ ନୀତି ହିଁ ଆମର

ମହାନ ଦେଶ ଏ ସାରା ବିଶ୍ୱରେ ।

ଆମରି ସଂସ୍କୃତି ଆମରି ଚଳଣି

ପୁଣି ଶ୍ରେଷ୍ଠ ଆମେ ପରମ୍ପରାରେ

ଭିନ୍ନ ଭିନ୍ନ ଭାଷା କହୁଥିଲେ ସୁଦ୍ଧା

ଐକ୍ୟରେ ଆବଦ୍ଧ ଆମେ ଦେଶରେ ।

ସୁଜଳା ସୁଫଳା ନଦ ନଦୀ ବନ

ବୈଚିତ୍ର୍ୟମୟ ମୋ ଭାରତ ଭୂଇଁ

ହସି ହସି ମୁହିଁ ଦେବିରେ ଜୀବନ

ତା ଟେକ ବିଶ୍ୱରେ ରଖିବା ପାଇଁ ।

ଦେଶ ରକ୍ଷା ଲାଗି ଦେଇ ପ୍ରାଣବଳି

ଯାଇଛନ୍ତି ଯିଏ ସହିଦ ହୋଇ

ଜାତିର ନମସ୍ୟ ଚିର ସ୍ମରଣୀୟ

ସୁଯୋଗ୍ୟ ସନ୍ତାନ ଦେଶର ସେହି ।


Rate this content
Log in

Similar oriya poem from Inspirational