STORYMIRROR

Sadananda Pratihari

Inspirational Others Children

3  

Sadananda Pratihari

Inspirational Others Children

ମାତୃଭୁମିର ସୁରକ୍ଷା

ମାତୃଭୁମିର ସୁରକ୍ଷା

1 min
215



ଦେଶର ଏକତା ଦେଶ ଅଖଣ୍ଡତା

ମାଆ ମାଟି ମାତୃଭୂମି

ଦେଶ ପ୍ରେମ ଭାବ ହୁଏ ଉଜ୍ଜୀବିତ

ଦେଶପ୍ରେମୀ ରକ୍ତେ ବହ୍ନି l


କେତେ ଯେ ସଂଗ୍ରାମ କେତେ ବଳିଦାନ

ରକ୍ତର ହୋଲିରେ ସ୍ନାନ

ଇତିହାସ ଆଜି ତାର ମୂକସାକ୍ଷୀ

ଥିଲା ମାତା ପରାଧୀନ l


ଦେଶର ସୁରକ୍ଷା ଦେଶ ନିରାପତ୍ତା

ଦେଶ ସାର୍ଵଭୌମ ଲାଗି

ସ୍ୱାର୍ଥକୁ ହଟାଇ ହୁଅ ଏକଜୁଟ

ସର୍ବେ ଉଠ ଏବେ ଜାଗି l


ସ୍ୱାର୍ଥ ଅହମିକା ଦଳୀୟ କନ୍ଦଳ

ପଥଭ୍ରଷ୍ଟ ରାଜନୀତି

ଦେଶ ବିଭାଜନ ଯଜ୍ଞ କୁଣ୍ଡରେ

ଦିଅ ନାହିଁ କେହି ଆହୁତି l


ପଡ଼ୋଶୀ ଶତ୍ରୁ ଅଛନ୍ତି ସଜାଗ

କରିବାକୁ ପାଣି ଗୋଳିଆ

ଗୋଳିଆ ପାଣିରୁ ଧରିବାକୁ ସିଏ

ରୋହି ଭାକୁର ବାଳିଆ l


ଆତଙ୍କବାଦର କରାଳ ଛାୟାରେ

ମାତା ଏବେ ନିଷ୍ପେସିତା

ଅର୍ଥ ଲୋଭରେ ଶତୃ ସଙ୍ଗେ କେହି

କରନାହିଁ ସହାୟତା l


ଅଖଣ୍ଡ ଭାରତର ସ୍ବପ୍ନ

ସେ ସ୍ବପ୍ନକୁ ସାକାର କର

ଭୁଲି ଭେଦ ଭାବ କର ସ୍ୱାର୍ଥ ତ୍ୟାଗ

ମାତାର ଏ ଅନ୍ତଃସ୍ୱର l


ଦେଶର ପ୍ରଗତି ଦେଶ ଅଗ୍ରଗତି

ଦେଶ ପାଇଁ ଦିଅ ଧ୍ୟାନ

ତ୍ରିରଙ୍ଗା ତଳେ ହୋଇ ସମବେତ

କର ମାତା ଜୟଗାନ l



Rate this content
Log in

Similar oriya poem from Inspirational