Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Pratihari

Tragedy Inspirational Others

3  

Sadananda Pratihari

Tragedy Inspirational Others

ଜରି ଗୋଟାଳି

ଜରି ଗୋଟାଳି

1 min
236


ଜରି ଗୋଟାଳି ମୁଁ,

ଗରିବ, ମୂର୍ଖ ଆଉ ଅଶିକ୍ଷିତ,

କାନ୍ଧରେ ମୋର ଅଖାର ମୁଣି,

ପୁତି ଗନ୍ଧମୟ ମାଛି ଭଣ ଭଣ

ପଚା ଶଢା ଅଳିଆ ଆବର୍ଜନାରୁ

ମୁଁ ଜରି ଖୋଜେ l


ଦୁର୍ଗନ୍ଧରେ ନାକ ଫାଟିପଡୁଥିବା,

ବୁଲା କୁଜୁରମାନେ ମଳତ୍ୟାଗ କରିଥିବା,

ଅସନାର ଗନ୍ଧକୁ ମୋର ନିଘା ନଥାଏ,

କାରଣ, ଜରି ଗୋଟାରେ ଥାଏ ମୋର ଧ୍ୟାନ l


ଜରି ଗୋଟାଇବା ମୋର ବେଉସା,

ହୁଏତ, କାହା ଆଖିରେ ମୁଁ ଘୃଣ୍ୟ ହୋଇପାରେ

ମୋର ଛୋଟ ଏବଂ ନିକୃଷ୍ଟ କର୍ମକୁ ନେଇ,

କିନ୍ତୁ, ମୋର କର୍ମ ମୋ ପାଇଁ ମହାନ l


ମୋ ପରିବାର ନିର୍ଭରଶୀଳ ଏହି ଜରି ଗୋଟାରେ,

ପାଲ ଟଣା ଘରେ ମୋର ଜୀବନ ଜୀବିକା,

ଦାରିଦ୍ର୍ୟତା ମୋର ଚିର ସହଚର,

ତଥାପି, ମୁଁ କେଭେ ଭାଙ୍ଗି ପଡ଼ିନାହିଁ l


ଭାଙ୍ଗି ପଡ଼ିଲେ, ବା, ମୁଁ ବଞ୍ଚିବି କେମିତି ?


କାଉ କା' କଲେ ମୁଁ ଘରୁ ବାହାରି ଯାଏ

ଅଳିଆ ଆବର୍ଜନାରୁ ଜରି ସଂଗ୍ରହ କରିବାକୁ,

ଠିକ ଯେମିତି ମଧୁ ମକ୍ଷିକା ଏ ଫୁଲରୁ ସେ ଫୁଲକୁ

ଘୁରି ବୁଲୁ ଥାଏ ମଧୁ ସଂଗ୍ରହ ପାଇଁ l


ଖାଲି ପାର୍ଥକ୍ୟ ଏତିକି,

ମୁଁ ଯାଇଥାଏ,

ନାକ ଫାଟି ପଡୁଥିବା ଦୁର୍ଗନ୍ଧଯୁକ୍ତ ଅସନା ପାଖକୁ,

କିନ୍ତୁ, ମଧୁ ମକ୍ଷିକା ସୁନ୍ଦର, ସୁବାସିତ ପୁଷ୍ପ ପାଖକୁ l


ମନେ ମନେ ଖାଲି ଏତିକି ଭାବେ,

ସତରେ କ'ଣ ମନୁଷ୍ୟ ହୋଇ

ମୋର ବଂଚିବାର ଜୀବନ ଶୈଳୀ

ଫୁଲରୁ ମଧୁ ସଂଗ୍ରହ କରୁଥିବା ସେହି

ମଧୁ ମକ୍ଷିକା ଠାରୁ କ'ଣ ନୀଚ ନା ମହାନ ?


ହଁ, ମହାନ,

କାରଣ, କର୍ମ ଯେତେ ନୀଚ ହେଲେବି

ବଂଚିବାରେ ଯଦି ସହାୟକ,

ତେବେ ସେହି କର୍ମ ମୋ ପାଇଁ ହିଁ ମହାନ

ମହାନ ନହେବ ବା, କାହିଁକି ?



Rate this content
Log in