STORYMIRROR

Sadananda Pratihari

Tragedy

4  

Sadananda Pratihari

Tragedy

ଦାଦନ

ଦାଦନ

1 min
272

ଦାରିଦ୍ର୍ୟର ଅସହ୍ୟ କଷଣ

ଅନାହାରକ୍ଲୀଷ୍ଟ ସନ୍ତୁଳିତ ଜୀବନ

ଯନ୍ତ୍ରଣାସିକ୍ତ ତଥା ଦୁଃଖେ ଜର୍ଜରିତ

ଋଣଭାରେ ଚାପଗ୍ରସ୍ତ ବ୍ୟଥିତ ମନ

ବାଧ୍ୟକଲା ମୋତେ ହେବାକୁ ଦାଦନ

ଛାଡ଼ି ଭିଟାମାଟି ଆତ୍ମୀୟ ସ୍ୱଜନ

କରିବାକୁ ବିଦେଶରେ ଅର୍ଥ ଉପାର୍ଜନ

କାରଣ ମୁଁ ଯେ ଅଙ୍ଗୀକାର ଦେଖିବାକୁ ହେବ

ମୋତେ ମୋ ପରିବାରର ଭରଣ ପୋଷଣ l


ନାହିଁ ମୋର କ୍ଷେତ ବାଡ଼ି କରିବାକୁ ଚାଷ ବାସ

କି ଅବା ଥିଲେ ଶିକ୍ଷା ଦୀକ୍ଷା କରିଥାନ୍ତି କଲମ ଚାଷ

ନୁହେଁ ମୁଁ କୁଶଳୀ କାରିଗର ଅବା କର୍ମରେ ନିପୁଣ

କରିବାକୁ ମୂଲଚାଲ ମଜୁରିରେ ଦୁଇଗୁଣ

ମେଣ୍ଟାଇବାକୁ ଯେନତେନ ମୋର ଗୁଜୁରାଣ

ମିଳିଲାନି ଆଖ ପାଖ ଗାଁ ଗଣ୍ଡାରେ କାମ ଦାମ

ଦଲାଲଙ୍କ ଜରିଆରେ ଇଟାଭାଟିରେ କରିବାକୁ କାମ

ବାଧ୍ୟ ହେଲି ଯିବାକୁ ବିଦେଶ ସାଜି ମୁଁ ଦାଦନ l




ସରକାରୀ ନଥିପତ୍ରେ ନାହିଁ ମୋର ପରିଚୟ

ଝାଟିମାଟି ଘର ମୋର ମୁଁ ଯେ ଅସହାୟ

ଅଛି କିନ୍ତୁ ମୋ ଠିକଣା ଦଲାଲ ପାଖରେ

ଆଉ ଇଟାଭାଟି ମାଲିକର ହିସାବ ଖାତାରେ

ଠକି ଭଣ୍ଡି ଯିଏ ମୋତେ କରୁଥାନ୍ତି ଶୋଷଣ

ସେହି ମୋର ଅନ୍ନଦାତା ମୋର ଭଗବାନ

କାରଣ ମୁଁ ଅସହାୟ ବିଦେଶୀ ଦାଦନ l




ଦିଏ ନାହିଁ ସମାଜ ମୋତେ ଉପଯୁକ୍ତ ସ୍ଥାନ

ତଥାପି ନାହିଁ ମୋର ମାନ ଅଭିମାନ

କାରଣ ମୁଁ ଗୋଟେ ଅସହାୟ ଦାଦନ

ମିଳେନାହିଁ ମୋତେ ସରକାରୀ ସାହାଯ୍ୟ ଅବା ପ୍ରୋତ୍ସାହନ

କାରଣ ଜନ୍ମମାଟିରେ ଥାଏ ମୋର ଉପସ୍ଥାନ ଶୂନ l




କରୋନା ମହାମାରୀର ବେଦନାସିକ୍ତ ତିକ୍ତ ଅନୁଭୂତି

ଜୀବନ ନେଇ ଭିଟାମାଟି ଫେରିବାର କୋହଭରା ତାତି

ବ୍ୟଥିତ ପ୍ରାଣରେ ରହିଥିବ ସଦା ଏ ଅଭୁଲା ସ୍ମୃତି l















ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy