ସ୍ବପ୍ନ ସବୁ ମରିଗଲା ପରେ
ସ୍ବପ୍ନ ସବୁ ମରିଗଲା ପରେ


ସ୍ବପ୍ନ ସବୁ ମରିଗଲା ପରେ
ଘୋଟିଆସେ ନିରାଶାର କଳା ବାଦଲ
ସ୍ବପ୍ନ ହରାର ମନ ଆକାଶରେ ।
ନିର୍ଲିପ୍ତ, ନିର୍ବିକାର ଆଶାମାନେ ଶେଷେ
ହୁଅନ୍ତି ଉଦ୍ୟତ ନେବାକୁ ମେଲାଣି
ଫେରିବାକୁ ତାଙ୍କ ଗନ୍ତବ୍ୟ ପଥରେ ।
ବ୍ୟାକୁଳିତ ମନରେ ଦେଇ ଅସହ୍ୟ ଯନ୍ତ୍ରଣା
ଧୂଳିସାତ କରି ସବୁ ଆଶା ଉଦ୍ଦୀପନା
ଭରିଦେଇ ନିରାଶାର ଉତପ୍ତ ବାଲିରେଣୁ
ସ୍ବପ୍ନ ଅଶାୟୀର ସ୍ୱପ୍ନିଳ ଆଖିରେ ।
ସ୍ବପ୍ନ ହେଉ ବା ସୁନେଲି କି ଅବା ଦୁଷ୍କର
ବିନା ସ୍ୱପ୍ନେ ଯେ ପ୍ରଗତି ନାଚାର ।
ସ୍ବପ୍ନ କ'ଣ ସତରେ ମରିଯାଏ
ପ୍ରାଣୀଜଗତରେ ଜୀବମାନେ ମଲା ପରି?
କି ଅବା ଟକ ମକ ହୋଇ ଫୁଟୁଥିବା ଜଳ
ବାଷ୍ପୀଭୂତ ହେଲାପରି ?
ସ୍ୱପ୍ନଗୁଡା ବିଦୃପର ହସ ହସି
ଆଖି ସାମ୍ନାରୁ ଯାଇଥାନ୍ତି ଅପସରି ।
ସ୍ବପ୍ନ ବା କିଏ ନ ଦେଖୁଛି ?
ସଦ୍ୟଜାତ ଶିଶୁଟିଏ ସ୍ୱପ୍ନରେ ବିଭୋର ହୋଇ
ମନେ ମନେ ସିଏ ବି ହସୁଛି ।
ଆବଦ୍ଧ ହୋଇ ନିବିଡ଼ ପ
୍ରେମରେ
ପ୍ରେମିକ ପ୍ରେମିକା ବି ଦେଖନ୍ତି ସପନ
କେବେ ଆସିବ ତାଙ୍କ ବିବାହର ଲଗ୍ନ?
ହେବ ଅପୂର୍ବ ମିଳନ
ହେବେ ପିଞ୍ଜରାବଦ୍ଧ ସେହି ଦିନ ।
ସବୁ ପିତାମାତା ଦେଖନ୍ତି ସପନ
ପୁତ୍ର କନ୍ୟାଙ୍କର ଭବିଷ୍ୟତ ନେଇ ।
ସାଧୁ ସନ୍ଥ ମାନେ ଦେଖନ୍ତି ସପନ
ଆଧ୍ୟାତ୍ମିକ ଭାବନାକୁ ନେଇ
କେବେ ଆସିବ ସେହି ଦିନ
ପରମାତ୍ମା ସଙ୍ଗେ ଆତ୍ମା
ହୋଇଯିବ ଲୀନ ।
ରାଜନେତାମାନେ ଦେଖନ୍ତି ସପନ
ରହିବାକୁ ଚିରକାଳ ଗାଦିସୀନ ।
ଦେଶ ବି ଦେଖେ ସପନ
ନିଜ ସୁରକ୍ଷା ସଂଭ୍ରମକୁ ନେଇ
କରିବାକୁ ପ୍ରତିଟି କ୍ଷେତ୍ରରେ
ଉନ୍ନତି ସାଧନ ।
କଵିଟିଏ ତାର ଦେଖେ ବି ସପନ
ନିଜ ସୃଷ୍ଟି ସମ୍ଭାରକୁ ନେଇ
ପାଠକଙ୍କ ମନକୁ ସତେ ପାରିବକି ଛୁଇଁ ?
ହେଉ ସ୍ବପ୍ନ ସଫଳ କି ଅବା ବିଫଳ
ଦେଖିବାକୁ ହେବ କିନ୍ତୁ ସ୍ବପ୍ନ ମାଳ ମାଳ
ହୋଇ ଆଶାବାଦୀ
ବଞ୍ଚିବାକୁ ଜୀବନ କାଳ ।