ଭଦ୍ରମୁଖା
ଭଦ୍ରମୁଖା
ଭଦ୍ରମୁଖା ତଳେ ଅଭଦ୍ରତା ଯେବେ ଆତ୍ମ ଗୋପନ କରେ
ସରଳ ନିଷ୍ପାପ ଖିଆଲୀ ମନଟା ଛନ୍ଦି ହୁଏ ବିଶ୍ୱାସରେ l
ଛନ୍ଦହୀନ ମନଟା ବା ଛନ୍ଦି ନହେବ କିପରି ?
ଚଢ଼େଇର ଚିତ୍ର ସିନା ଜଣା ପଡ଼େ ଉପରେ
ହେଲେ ମଣିଷର ଚିତ୍ର ପରା ତାର ଶରୀର ଭିତରେ l
ଭଦ୍ରମୁଖାଧାରୀ କେତେ ଭଣ୍ଡବାବା ସାଧୁ ସନ୍ଥ
ଯୌନ ଲାଳସା ଚରିତାର୍ଥେ ହୋଇ ମଦମତ୍ତ
କରୁଛନ୍ତି ପ୍ରାୟଶ୍ଚିତ କାରାଗାରେ ହୋଇ ହନ୍ତସନ୍ତ l
ଗେରୁଆ ବସ୍ତ୍ର ଆଉ ଲମ୍ବ ନିଶ ଦାଢ଼ି
ପ୍ରବଚନର ବାକ ଚାତୁରୀ ଅନ୍ତରାଳେ
ଛପି ଥାଏ କାମ ବାସନା ଭ୍ରଷ୍ଟାଚାର ସିଡ଼ି
ଚଢି ଯିବାପାଇଁ ସ୍ୱର୍ଗକୁ ଛାଡ଼ି ଓଁକାର ରଡ଼ି l
ଛନ୍ଦହୀନ ସରଳତା ଭକ୍ତିଭାବ ପରଖି
ଏହି ବିଷୟାସକ୍ତ ଭଣ୍ଡବାବା ମାନେ କରିଥାନ୍ତି ଚରିତାର୍ଥ
ସେମାନଙ୍କର ଯୌନପିପାସା ସମୟ ସୁଯୋଗକୁ ଦେଖି l
ସାଗର ଗର୍ଭରେ ଥିବା ଅକ୍ଟୋପସ କୁ କର ନିରୀକ୍ଷଣ
ସରଳ ନିଷ୍ପାପ ଜୀବଟିଏ ଭଳି ପଡିଥାଏ ସାଗର ଭିତରେ
ବିଚରା, ତା ପାଖ ଦେଇ ଗଲା ବେଳେ ଜୀବ ଟିଏ
ତାକୁ ସେ ଉଦରସ୍ଥ କରିନିଏ ଅତି ଅକ୍ଳେଶରେ l
ଆଜିର ସମାଜରେ ଏହି ଅକ୍ଟୋପସ ମାନଙ୍କର ସଂଖ୍ୟା
ବଢିଚାଲିଛି କାୟା ବିସ୍ତାର କରି କୋଟିପତି ହେବା ନିଶାରେ l
କେଉଁଠି ତେଲ ଘିଅ ମହୁ ଭେଜାଲ ତ କେଉଁଠି ଖାଦ୍ୟ ଦ୍ରବ୍ୟ
କେଉଁଠି ଚାଲେ ଉତ୍କଟ ମାଦକଦ୍ରବ୍ୟର ଚୋରା କରବାର ତ
କେଉଁଠି ଚାଲେ ଖୁଲୁମ ଖୁଲା ବେପାର l
ବିଚରା, ସରଳ କୋମଳମତି ଛାତ୍ର ଛାତ୍ରୀମାନେ ଏବେ ଏହି
ନିଶାପାଣିର ଶିକାର l
କେଉଁଠି ଛାତ୍ରୀଟିଏ ଶିକ୍ଷକର କାମ ବାସନାରେ ଧର୍ଷିତା ତ
କେଉଁଠି ନିଶା କବଳିତ ପିତାର ଅଶୋଭନୀୟ ଆଚରଣର
ଜନ୍ମିତା ଝିଅଟି ନିଁଦିତା l
କେଉଁଠି ପୁଅର ମିଥ୍ୟା ପ୍ରତିଶୃତିରେ ଝିଅଟି ଅନ୍ତଃସତ୍ଵା ତ
କେଉଁଠି ଝିଅଟି ଦ୍ୱାରା ପୁଅଟିଏ ପ୍ରତାରିତ ଏବଂ ସର୍ବହରା l
ଭଦ୍ରମୁଖାର ଆବରଣ ତଳେ ଚାଲିଛି ଏ ସବୁ ଲୀଳାଖେଳା
କରୋନା ମହାମାରୀରେ ନହେଲେ ଉଦୟ ସଦବୁଦ୍ଧି
ନିଶ୍ଚେ ବୁଡ଼ିବ ଆମର ଭେଳା
ଦେଇ ସଦବୁଦ୍ଧି ସଭିଙ୍କୁ ରକ୍ଷାକର ପ୍ରଭୁ ଚକାଡ଼ୋଳା l