STORYMIRROR

Biswanath Nayak

Inspirational

4  

Biswanath Nayak

Inspirational

ଛଳନା

ଛଳନା

1 min
416


ମନରେ ପୁରିଛି ମୋର

ସରଳ ଓ ନିଷ୍କପଟ ହସ

ହସିବାକୁ ଶିଶୁଟିଏ ପରି। 

ତଥାପି ଜାଣେନା ମୁହିଁ

ହସେ ଆଜି କାହିଁ ପାଇଁ

ମପାଚୁପା ଛକାପଞ୍ଚା ହସ, 

ଯେଉଁ ହସ ଆଇନାରେ

ଦେଖାଯାଏ ନାହିଁ କେବେ

ଦୁନିଆର ହସହସ ମୁହଁ। 

ଦେଖାଯାଏ ସେଠି ଖାଲି

'ମୁଁ' ଆଉ 'ମୋ'ର' ପ୍ରତିଛବି। 

ବୁଝି ମୁଁ ପାରେନା ନିଜେ

ଏହା ହସ କିବା

ନିଜସହ ପ୍ରତାରଣା !

କି ଲାଭ ସେ ହସିବାରେ !

ଯେଉଁ ହସରେ ଭିଜେନି

ଏ ସାରା ଦୁନିଆଁ ?

ଯେଉଁ ହସକୁ ଦିଶେନି

ବୁଭୂକ୍ଷିତ ପ୍ରାଣୀଟିର

ଭୋକିଲା ମୁହଁଟା ?

ଯେଉଁ ହସକୁ ଦିଶେନି

ଜରାଶ୍ରମ ଖୋଜୁଥିବା

ବୃଦ୍ଧ ପିତାମାତାଙ୍କର

ଶୁଖିଲା ମୁହଁଟା ? 

ସେ ଛଳନା ହସଠାରୁ

ବରଂ କୋଟିଗୁଣେ ଭଲ

ଅନ୍ୟ ଦୁଃଖେ ଦୁଃଖୀ ହୋଇ

ଅନ୍ୟ ପାଇଁ ଗଡାଇବା ଦୁଇଟୋପା ଲୁହ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational