Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kunja Bihari Dalai

Inspirational

4  

Kunja Bihari Dalai

Inspirational

ଲୋଭର ପରିଣାମ

ଲୋଭର ପରିଣାମ

1 min
381



ରାଜ ଦରବାରେ ଉପସ୍ଥିତ ହୋଇ

ବୃଦ୍ଧଟେ କରେ ମାଗୁଣି ,

ଜମିହୀନ ମୁହିଁ ଜମି ଖଣ୍ଡେ ମିଳୁ

ଏତିକି ମୋର ଦଇନି ।


ସ୍ଥାନର ଠିକଣା ଦିଅନ୍ତି ରାଜନ

କାଲି ସୂର୍ଯ୍ୟୋଦୟ କ୍ଷଣି ,

ଉପସ୍ଥିତ ହୁଅ ପୂରଣ କରିବି

ମନକଥା ତୁମ ଜାଣି ।


ସୂର୍ଯ୍ୟୋଦୟ ମାତ୍ରେ ହୋଇ ଉପସ୍ଥିତ

ଦେଖନ୍ତି ରାଜା ସେଠାରେ ,

ଯଥେଷ୍ଟ ପୂର୍ବରୁ ବୃଦ୍ଧ ବ୍ୟକ୍ତି ଜଣ

ବସିଛନ୍ତି ଅପେକ୍ଷାରେ ।


କହୁଛନ୍ତି ରାଜା ସେ ବୃଦ୍ଧ ଜଣକୁ

ଏହିଠାରୁ ଯେତେ ଜମି ,

ପରିକ୍ରମା କରି ଆସିବଟି ଫେରି

ତୁମର ସେସବୁ ଭୂମି ।


କିନ୍ତୁ ସୂର୍ଯ୍ୟ ଅସ୍ତ ପୂର୍ବରୁ ଏଠାକୁ

ଫେରିବା ତୁମ ଜରୁରୀ ,

ନଚେତ୍ ତୁମକୁ କିଛି ମିଳିବନି

ସର୍ତ୍ତଟି ମୋ ଏହିପରି ।


ଦଉଡିଲା ଆଉ ଦଉଡିଲା ବୃଦ୍ଧ

ହେଲା ବେଳ ରତ ରତ ,

ମନେ ପଡିଗଲା ଫେରିବାକୁ ହେବ

ସନ୍ଧ୍ୟା ହେଲାଣି ଆଗତ ।


ଲେଉଟେ ସେଇଠୁ ଆଗଠାରୁ ବେଗେ

ଦଉଡେ ପୂର୍ବ ସ୍ଥାନକୁ ,

ଭୂମିରେ ପଡ଼ିଲା ଅଳ୍ପ ବାଟ ଅଛି

ଅତିକ୍ରମ କରିବାକୁ ।


ପ୍ରାଣବାୟୁ ତା'ର ଉଡିଗଲା ସେଠି

ଖୋଜି ପହଞ୍ଚିଲେ ରାଜା ,

କହିଲେ ଲୋଭରେ ପଡିଲା ବୃଦ୍ଧଟି

ପାଇଲା ଏମିତି ସଜା ।


ଲୋଡାଥିଲା ମାତ୍ର ଦୁଇଗଜ ଜମି

କଲା ସେ ଅଧିକ ଲୋଭ ,

ଆବଶ୍ୟକ ଠାରୁ ବେଶୀ ଆଶା କଲେ

ମିଳିଥାଏ ପରାଭବ ।


Rate this content
Log in

Similar oriya poem from Inspirational