STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

ଆସିଛି ସତ

ଆସିଛି ସତ

1 min
974

ଆସିଅଛି କାଳେ ରାଜା ବୋଲି କିଏ

 ପଡୁଛି ହୁରି ସବୁଠି 

ହେଲେ ମୁଁ କାହିଁକି ଦେଖି ପାରୁନାହିଁ

ତାହାକୁ କାହିଁ କେଉଁଠି।


ଋତୁରାଜ ପାଇଁ ଆମ୍ରତରୁ ଡାଳେ

କୋକିଳ ଦେଖା ନାହିଁ 

କୁହୁକୁହୁ ତାନେ ଫାଟି ପଡୁନାହିଁ

ମଳୟ ନୀରବେ ବହଇ।


ମଧୁମାଳତୀ ତ ପୁଷ୍ପେ ସୁଶୋଭିତ

ହଳଦିବସନ୍ତ ନାହିଁ 

ଫଗୁଣ ଫଗୁଣ ବାସୁନି କେଉଁଠି

ନୀରବେ ରହିଛି ମହୀ।


ଶୀତ ଯାଇନାହିଁ ମାଡି ଆସିଅଛି

ଟାଇଁ ଟାଇଁ ଚାଇଁ ଖରା 

ଝାଇଁ ମାରିଯାଏ ଚାଳିଶି ଡିଗ୍ରୀର

ତାପରେ ତାତୁଛି ଧରା।


ହୁତୁହୁତୁ ଏଣେ ଜଳଇ ଜଙ୍ଗଲ

ଆଗକୁ ପ୍ରଳୟ ରୂପ 

ପଶୁପକ୍ଷୀ ସରୀସୃପ ହିଂସ୍ରଜନ୍ତୁ

ଗ୍ରାମସହରାଭିମୁଖୀ ଦେଖ।


ବିଶ୍ଵ ତାପମାତ୍ରା ହୁ ହୁ ହୋଇ

ବଢୁଛି ବଢିଚାଲିଛି 

ବିକଳରେ ମନ ବୁଝିବାକୁ ଆମେ

କହନ୍ତି ବସନ୍ତ ଆସିଛି।


ଋତୁଚକ୍ର ଗୋଟେ ପରେ ଗୋଟେ ଆସେ

କିନ୍ତୁ ପଡେ ନାହିଁ ଜଣା 

ଆତ୍ମ ସମୀକ୍ଷାର ସମୟକୁ ସର୍ବେ

ନ କର ତ ଅବହେଳା।


ହେଲା କଲେ ନିଶ୍ଚେ ବୁଡିଯିବ ଭେଳା

ଭାବିବା ବେଳକୁ ଶୂନ 

ବେଳ ଥାଉଁ ବନ୍ଧ ବାନ୍ଧିଥିବା ଯଦି

ସୁଖେ ବିତିବ ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational