Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Inspirational

3  

Smitarani Barik

Inspirational

ବାପା

ବାପା

1 min
147



ବାପା,

ମୋ ମନ ମନ୍ଦିରେ ଆସୀନ ଦେବତା , 

ଏ ଶରୀରର ଅନନ୍ୟ ଶ୍ରଷ୍ଠା

ପରିପୂର୍ଣ୍ଣତାର ଏକ ଅମୂଲ୍ୟ ଶବ୍ଦ

ମୋ ଜୀବନ ଆକାଶ‌ର ମୂର୍ତ୍ତିମନ୍ତ ଜୀବନ୍ତ ଆଦିତ୍ୟ ।।


ବାପା,

ଅସରନ୍ତି ଆଶା, ଅଭିଳାଷର

ନିଶ୍ଚିତ ଭରଷା

ଅନେକ ସ୍ଵପ୍ନ, ସମ୍ଭାବନାର 

ରୂପକାର ବାପା ।।


ବାପା,

ସତ୍ୟର ମହାନ ପ୍ରତୀକ

ଚକ୍ଷୁର ପ୍ରତିଟି ପଲକ

ଜୀବନ ଯାତ୍ରାର

ପଥ ପ୍ରଦର୍ଶକ ।।


ବାପା,ବେଦର ପ୍ରଥମ ମନ୍ତ୍ର

ଜୀବନର ଅନ୍ତରୀକ୍ଷ

ସତ୍ୟ,ଧର୍ମ, ତପସ୍ୟାର

ମହାନ୍ ନାୟକ

ବିଶ୍ଵାସର ସ୍ଵତ୍ସ ଆଲୋକ ।।


ବାପା, ସେ ତଥାଗତ,ସେ ସର୍ବଜ୍ଞ

ସାକ୍ଷାତ ବିରଞ୍ଚିନାରାୟଣ

ସେ ଅପାନ, ସମାନ, ଉଦାନ

ହୃଦୟ ର ପ୍ରତିଟି ସ୍ପନ୍ଦନ ।।


ବାପା, ମଜଭୁତ ଅଦ୍ଭୁତ

ଛାତ ତଳ ଶୀତଳିତ ଛାଇ

ଜୀବନ ଦୀପର ବଳିତା

ତିଳ ତିଳ ଜଳି ଜଳି ଆଲୋକ ବିତରେ

ସେମିତି କେ ଆଉ ନାହିଁ

ସେ ମୋ ଜୀବନ ଆକାଶ‌ ସବିତା

ବାପା ।।


Rate this content
Log in

Similar oriya poem from Inspirational