ଅଲୋଡା ମଣିଷ
ଅଲୋଡା ମଣିଷ
ଫୁଲଟି ବାସି ହେଲା ପରେ
ତୁମ ଗଭାରୁ କାଢି ଫିଙ୍ଗିଦିଅ
ଡଷ୍ଟବିନକୁ ........।
ବାହାଘର ପରେ ବେଦୀ ମୁହଁ ପୋଡା
କଥା କେବଳ ଏତିକି
କାର୍ଯ୍ୟ ସରିଲା ପରେ
କେହି ଚିହ୍ନନ୍ତି
ନାହିଁ ..........…।
ପିତା ମାତାଙ୍କ କର୍ତ୍ତବ୍ୟ ସରିଲା
ପରେ ସେ ଅଲୋଡା ମଣିଷ
ପାଲଟି ଯାଆନ୍ତି .........।
ନହେଲେ ତୁଚ୍ଛlକୁ ଏତେ ଜରାଶ୍ରମ
ଲୋଡ଼ା ପଡ଼ନ୍ତl କଣ ପାଇଁ ...?
ମୁଁ ବି ତ ଦୁନିଆ ଭିଡରେ
ଜଣେ ଅଲୋଡା ମଣିଷ
ସମାଜର କେତେ ଦୁଃଖ
ମୋ ଆଗରେ ଅଣ୍ଟା ଭାଙ୍ଗି ଠିଆ
ହେଇଛି
ହେଲେ ମୁଁ ସମର୍ଥ ନୁହେଁ
ସାହାଯ୍ୟ କରିବାକୁ
ସଭିଙ୍କୁ ସେମାନେ କୁହଁନ୍ତି
ତୁମେ ବି ଆମ ପାଇଁ ଜଣେ
ଅଲୋଡା ମଣିଷ
ସେତେବେଳେ ମୋର ମନେପଡେ
ପିଲାଦିନ ଭଲ ଥିଲା
ଯେତେ ଭୁଲଭାଲ କଲେ
ବାପା ମାଆଙ୍କ ସ୍ନେହ ବୋଳl
ହାତ ସବୁବେଳେ ମୋ ଉପରେ ଥିଲା
ମୁଁ ନ ଥିଲି କେବେ ବି ଅଲୋଡା ମଣିଷଟିଏ .........।