ମରଣ ତ ନିଶ୍ଚେ ଆସିବ
ମରଣ ତ ନିଶ୍ଚେ ଆସିବ
ମଣିଷର ମୃତ୍ୟୁ କେତେବେଳେ ଆସେ,
କେହି ତ ନପାରେ କହି ।
ବର୍ଷ, ମାସ, ଦିନ, ମୁହୂର୍ତ୍ତ ମଧ୍ୟରେ,
ଛାଡି ଯାଏ ପ୍ରାଣ ଏହି ।।
ନିଶ୍ଚୟ ଆସିବ, ଜୀବନରେ ଥରେ,
ମୃତ୍ୟୁର ଅନ୍ଧାର ନେଇ ।
ଯମ ଦେଵ ଡାକ, ନିଷ୍କ୍ରିୟ ହୃଦୟେ,
ଧର୍ମର କନ୍ଧଣା ଦେଇ ।।
ନିଜ କର୍ମ ଫଳ, ଭୋଗିବାକୁ ହୁଏ,
ନିଶ୍ଚେ ଏହି ମର୍ତ୍ତ୍ୟଧାମେ ।
ସତକର୍ମ ନିଶ୍ଚେ, ଦିଏ ସ୍ୱର୍ଗବାସ,
ନର୍କ ମିଳେକୁ କରମେ ।
ଅସତ୍ୟକୁ ତ୍ୟାଗୀ, ସତ୍ୟ ମାର୍ଗ ଧରି,
ଚାଲିବା ସଂସାର ପଥେ ।
ଜୀବନ ପଥରେ, ସୁଖ ଦୁଃଖ ଆସେ,
ବସିଥିବା ସତ୍ୟ ରଥେ ।।