Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Others

4  

Maheswar sahoo

Others

ଗୁରବେ ନମଃ

ଗୁରବେ ନମଃ

1 min
255


ବିଦ୍ୟାଳୟ ରୂପୀ ସୁରମ୍ୟ ବଗିଚେ,

 ମାଳିଟିଏ ପରି ରହି ।

ଛାତ୍ର ରୂପୀ ବୃକ୍ଷେ ଫୁଟାଇଲ ଫୁଲ,

 ସ୍ନେହ ପ୍ରେମ ନିର ଦେଇ ।।


କୁପଥରୁ ତୁମେ ସୁପଥେ ଆଣିଲ,

 ଜ୍ଞାନର ଆଲୋକ ଦେଇ ।

ଗୁରୁଙ୍କର ଋଣ, ଶେଷ ଶ୍ୱାସ୍ ଯାଏ,

 ନପାରେ ଶୁଝିଣ କେହି ।।


ଆଜିର ଦୁନିଆ ସ୍ୱାର୍ଥାନ୍ଧ ହୋଇଛି,

  ଗର୍ବ ହିଂସା ଦ୍ଵେଷ ନେଇ ।

ଗୁରୁ ଆଶୀର୍ବାଦ ଥିଲେ ଶିଷ୍ୟ ପ୍ରତି,

  ସର୍ବଦା ହୁଏ ବିଜୟୀ ।।


ଗୁରୁ ପୂର୍ଣ୍ଣିମାରେ ପ୍ରଥମ ପ୍ରଣାମ,

 ପ୍ରଥମ ଗୁରୁ ମୋ ମାତା ।

ବିନା ସ୍ୱାର୍ଥେ ଯିଏ ତ୍ୟାଗଇ ଯୌବନ,

 ସଂସାର ପାଇଁ ଦୁହିତା ।।


ପିତା ମାତା ଗୁରୁ ଗୁରୁଜନ ପ୍ରତି,

 ସାଷ୍ଟାଙ୍ଗ ପ୍ରଣାମ ମୋର ।

ଆଶୀର୍ବାଦ ତୁମ ଥାଉ ନିରନ୍ତର,

 ଏତିକି ମିନତୀ ମୋର ।।


ଗୁରୁ ମୁକ୍ତି ଦାତା ଗୁରୁ ଶକ୍ତି ଦାତା,

  ଗୁରୁ ହିଁ ଆଲୋକ ଦାତା । 

ଗୁରୁ ଚରଣରେ ନୂଆଁଏ ମୁଁ ଶିର ,

  ଗୁରୁ ମୋ ପଥ ନିର୍ମାତା ।।


ଗୁରୁ ବିନା ନୁହେଁ ଉଜ୍ଜ୍ୱଳ ଜୀଵନ 

  ଘୋଟେ ଘନ ଅନ୍ଧକାର ।

ଆଲୋକ ପ୍ରକାଶେ ଗୁରୁଙ୍କ ସକାଶେ, 

  ଗୁରୁ ପୂଜ୍ୟ ନିରନ୍ତର ।। 


ଗୁରୁ ପୂର୍ଣ୍ଣିମାରେ ବ୍ୟାସ ଦେବ ଜନ୍ମ ,

  ଆଲୋକର ଦୀପ ଶିଖା, 

ସଂସ୍କୃତ ଭାଷାରେ ରଚିଲେ ଯେ ଗ୍ରନ୍ଥ, 

  ଭାଗବତ ଉଚ୍ଚ ଶିକ୍ଷା ।।


ଜୀବନର ଜ୍ୟୋତି ଏ ପୂଣ୍ୟ ପୁସ୍ତିକା,

 ଶାଶ୍ୱତ ପ୍ରେମ ସ୍ୱରୂପ ।

ସ୍ନେହ ଦୟା କ୍ଷମା ଶିକ୍ଷା ଦେଇ ଥାଏ,

  ଜୀଵନ ଜ୍ୱଳନ୍ତ ଧୂପ ।।


ମନ ମଧ୍ୟେ ଧ୍ୟାୟେ ଗୁରୁଙ୍କ ସ୍ୱରୂପ, 

  ରଖିବି ଗୁରୁଙ୍କ ନାମ ।

ଗୁରୁ ପିତା ମାତା ମୋ ଭାଗ୍ୟ ବିଧାତା,

  ଜଣାଏ କୋଟି ପ୍ରଣାମ ।। 


ଗୁରୁ ପୂର୍ଣ୍ଣିମାକୁ ପାଳନ କରିବା,

  ଭୁଲି ଯିବା ଜାତି ଭେଦ । 

ଗୁରୁଙ୍କ ଚରଣ ବନ୍ଦନା କରିବା 

  ଦେଉଥିବା ନଇବେଦ୍ୟ ।।



Rate this content
Log in