Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Inspirational

4  

Maheswar sahoo

Inspirational

ଗୁରୁଦିବସ

ଗୁରୁଦିବସ

1 min
222


ହେ ଗୁରୁ ମୋର ଅତି ଆପଣାର 

 ମୋ ହୃଦ ଜ୍ୟୋତି ଓ ମୋତି ।

କି ଦେଇ ବନ୍ଦିବି ତବ ଚରଣରେ

  ମୁହିଁ ଯେ ତୁଚ୍ଛ ମୂରତି ।।


ତୁମେ ପରଂବ୍ରହ୍ମ ତୁମେ ଯେ ଈଶ୍ୱର 

 ତୁମେ ଅଟ ଅନ୍ତର୍ଯ୍ୟାମୀ ।

ଅନ୍ଧାର ପଥରୁ ଆଲୋକ ପଥରେ 

 କଡ଼ାଇ ନିଅ ଗୋ ସ୍ୱାମୀ ।।


ସତ୍ୟ ନ୍ୟାୟ ଧର୍ମ ଶିଖାଇଛ ମୋତେ 

  ରଖି ହୃଦେ କଠୋରତା ।

ତୁମ ଶିଷ୍ଟାଚାର  କ୍ଷମା ଓ କର୍ତ୍ତବ୍ୟ 

 ପ୍ରତି କ୍ଷଣେ ନୈତିକତା ।।


ଆଜିର ଦିବସେ ଶ୍ରେଷ୍ଠ ଗୁରୁ ରୂପେ 

 ସର୍ବପଲ୍ଲୀ ରାଧାକ୍ରିଷ୍ଣନ ।

କୋଟି ଛାତ୍ର ମନେ ତାଙ୍କ ଜନ୍ମ ଦିନ 

  ଗୁରୁଦିବସ ପାଳନ ।।


ପିତା ମାତା ଗୁରୁ ସାଥେ ଗୁରୁଜନ 

  ସଭିଏଁ ଆମର ଗୁରୁ ।

ବନ୍ଦନା କରିବା  ସ୍ମରଣ କରିବା 

  ଆଶୀର୍ବାଦ ଚରଣରୁ ।।


ହେ ଗୁରୁ ତୁମେ ଦିଅ ହେ ଆଶିଷ 

 ସତ୍ୟ ପଥେ ଥାଏ ନୀତି ।

ମୋ ହୃଦ ଆରତୀ ତୁମ ପାଇଁ ଦେଵ 

 ଘେନ ମୋ ଶତ ପ୍ରଣତି ।।



Rate this content
Log in

Similar oriya poem from Inspirational