Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Inspirational

4  

Maheswar sahoo

Inspirational

ଆସୁଛି ଯେ ନବବର୍ଷ

ଆସୁଛି ଯେ ନବବର୍ଷ

1 min
453


ଚକ୍ଷୁ କର୍ଣ୍ଣ ସ୍ଫୁରେ ସ୍ପନ୍ଦନ ହୃଦୟେ 

 ଆଗନ୍ତୁକ ନବବର୍ଷ । 

ଜାଗରିତ ମନ ଉଲ୍ଲାସ ସମୀର 

  ଶରୀରେ ଅଲୋଡ଼ା ହର୍ଷ ।। 


ଶିକ୍ଷା ଦୀକ୍ଷା କର୍ମବର୍ଦ୍ଧିଷ୍ଣୁ କାମନା 

  ସବୁରି ହୃଦୟେ ନେଇ ।

ଆଗମନ ହୁଅ ନବ ବର୍ଷ ତୁମେ 

  ଶାନ୍ତ ସୁସ୍ଥ ତୃପ୍ତ ହୋଇ ।।


ହିଂସା ଦ୍ଵେଷ ଘୃଣା ଦୂରୀଭୂତ ହେଉ 

 ଆଧୁନିକ ସମାଜରୁ ।

ସମାନତା ସାଥେ ବଞ୍ଚନ୍ତୁ ମନୁଷ୍ୟ 

  ଦୟାମୟଙ୍କ କୃପାରୁ ।


ଦୂରୀଭୂତ ହେଉ କରୋନାର କାୟା 

  ସୁସ୍ଥ ହେଉ ୟେ ସମାଜ ।

ଦୁଇ ହଜାର ଓ ଏକୋଇଶ ବର୍ଷ 

  ବୁଣିଦେଉ ହର୍ଷ ବୀଜ ।।


ଅଧର୍ମକୁ ତ୍ୟାଗୀ ଧର୍ମକୁ ଆଦରି 

  ବଞ୍ଚି ବଞ୍ଚାଉ ମାନବ ।

ମାନବ କଲ୍ୟାଣେ ରହୁ ଜନ ନେତା 

  ନ ରହୁ ହିଂସା ତାଣ୍ଡବ ।।


ଗୁରୁ ଗୁରୁଜନ  ବୃଦ୍ଧ ପିତା ମାତା 

  ନ ହୁଅନ୍ତୁ ନିଃସହାୟ ।

ବଳି ନ ପଡନ୍ତୁ ପରି ଭଳି କନ୍ୟା 

  ଠାକୁରେ ମୋ ଅଭିପ୍ରାୟ ।।


ଲାଞ୍ଚ ଭ୍ରଷ୍ଟାଚାର ସାଥେ ବ୍ୟଭିଚାର 

  ଦୂର ହେଉ ଯେ ସଂସାରୁ ।

ସୁସ୍ଥ ଜୀବନର କାମନା ମୋହର 

  ନବବର୍ଷର ଆଗରୁ ।।


ବୁଢା ମହାଦେବ ଦିଅ ହେ ଆଶିଷ 

 ପ୍ରଦୂଷଣ ମୁକ୍ତ ବିଶ୍ୱ ।

ନୋହିଲେ ଠାକୁରେ ଶ୍ୟାମଳ ଧରିତ୍ରୀ 

 ହୋଇ ଯାଇଥିବ ନିଶ୍ୱ ।।


ବିଶ୍ୱକଲ୍ୟାଣରେ ରହୁ ନବ ବର୍ଷ 

 ଶୃଙ୍ଖଳାରେ ଯାଉ ଦିନ ।

ପଡୋଶୀ ଦେଶର ଭୟ ଦୂର ହେଉ 

 ଜୟ ଜବାନ କିଷାନ ।।



Rate this content
Log in

Similar oriya poem from Inspirational