Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Inspirational

2  

Maheswar sahoo

Inspirational

ଲୋକେ ତ କହିବେ

ଲୋକେ ତ କହିବେ

1 min
137


ବିଜେପି ଦଳରେ,ପାଦ ଦେଲେ ମୋତେ,

  କହିବେ ଯେ ମୋଦି ଭକ୍ତ ।

ଅନ୍ଧ ଭକ୍ତ କହି,  ଟିପ୍ପଣୀ କରିବେ,

  ଜଳୁଥିବ ସଦା ରକ୍ତ ।।


ବିଜେଡିରେ ଗଲେ, ଗେଣ୍ଡା ଦଳ କହି,

  ବଖାଣିବେ ଚାଟୁ ବାଣୀ ।

ହୃଦୟ ଭାଙ୍ଗିବ,  ସମ୍ମାନ ହଜିବ,

  ନଥିବ ଭାବର ଠାଣି ।।


କଂଗ୍ରେସରେ ଗଲେ, ଅତୀତ ଗାଇବେ,

  ସତୁରି ବର୍ଷ ଶାସନ ।

ନିନ୍ଦା ଅପବାଦ,  ଭର୍ତ୍ସନା ଲାଞ୍ଛନା,

  ଶୁଣିବାକୁ ନାହିଁ ମନ ।।


ରାଜନୀତି ଆଜି, ହେଲା ଯେ ବଣିଜ,

  ଲାଞ୍ଚ ହିଁ ସବୁରି ମୂଳ ।

ମତଦାନ ପାଇଁ, ଅର୍ଥ ମଦ୍ୟ ମାଂସ,

 ସାଜିଛି ଦେଶର କାଳ ।।


ସଚ୍ଚୋଟପଣିଆ, ହାରି ଯାଇଥାଏ,

  ଲାଞ୍ଚର ମୂଳରେ ଆଜି ।

ଅର୍ଥ ବଳି ନେତା,  ହୁଅଇ ବିଜୟୀ,

 ସଚ୍ଚୋଟ ହାରୁଛି ବାଜି ।।


ଗାଁଆ ରାସ୍ତା କାମ, ଭାରି ଭୟଙ୍କର,

 କରିବା ଲୋକର ପାଇଁ ।

ଦଅଶ ଜାଗାରେ, କୋଡିଏ କରିଲେ,

 ଲୋକେ ତ ଛାଡିବେ ନାଇଁ ।।


ଲୋକେ ତ କହିବେ, ଖାଇବା ଲୋକକୁ,

 ନ ଖାଇ ମଧ୍ୟ କହିବେ ।

ଲୋକଙ୍କ ହିସାବ, ଜାଣେ ଜଗଦୀଶ,

 କହିଣ କ୍ଷତି ସହିବେ ।।


ମଣିଷ ପଣିଆ,  ଚିହ୍ନ ହେ ମଣିଷ,

  ଅନ୍ୟାୟ ନ୍ୟାୟକୁ ବାଛ ।

ଅର୍ଥ ଲାଳସାରେ,  ଅଧର୍ମକୁ କିଆଁ,

 ଘଣ୍ଟ ଘୋଡାଇ ରଖୁଛ ।।



Rate this content
Log in

Similar oriya poem from Inspirational