ସତ୍ୟ ୟେ ବଚନ
ସତ୍ୟ ୟେ ବଚନ
ଦର୍ପଣ ଦିଏନା, ମିଥ୍ୟା କହିବାକୁ,
ଜଣାଏ ସତ୍ୟର ଛବି ।
ଦୃଶ୍ୟମାନ ହୁଏ, ବାସ୍ତବ ପ୍ରତିମା,
ସମାଜକୁ ଯେହ୍ନେ କବି ।।
ଜ୍ଞାନ ଓ ଗାରିମା, ଦିଏନାହିଁ ଭୟ,
ଧର୍ଯ୍ୟ ଦିଏ ହୃଦୟରେ ।
ବିପଦେ କାତର, ହୁଏ ନାହିଁ ଜ୍ଞାନୀ,
ବିପଦରେ ଧର୍ଯ୍ୟ ଧରେ ।।
ଆଧ୍ୟାତ୍ମିକ ଚେତା,ମୋହ ତ୍ୟାଗକରି,
ଆନନ୍ଦିତ କରେ ମନ ।
କାମ କ୍ରୋଧ ମୋହ, ରିପୁ ନାଶ କରି,
ପ୍ରଶାନ୍ତିକୁ ରଖେ ଧ୍ୟାନ ।।
ସତ୍ୟ ଦିଏ ଶକ୍ତି, କରେ ନା ଦୁର୍ବଳ,
ଦିଏ ଜିତିବାର ବଳ ।
ସତ୍ୟ ପଥେ ରହି, ଜୀବନ କାଟିଲେ,
ହୁଏନା ଶରୀର ଦୁର୍ବଳ ।।
ପ୍ରେମ ଦିଏ ନାହିଁ, କରିବାକୁ ଈର୍ଷା,
ପ୍ରେମରୁ ମିଳଇ ଶାନ୍ତି ।
ପିତୃ ମାତୃ ପ୍ରେମ, ଭାତୃ ଭଗ୍ନୀ ପ୍ରେମ,
ଅତୁଟ ସ୍ନେହର କାନ୍ତି ।।
ବିଶ୍ୱାସ ବଳରେ, ହୁଅଇ ବିଜୟ,
ଦୁଃଖ ଶୋକ ଜଞ୍ଜାଳରୁ ।
ଅବିଶ୍ୱାସ ଦିଏ, ହୃଦୟରେ ଦୁଃଖ,
ମାଡିବସେ ଦୁଃଖ ମେରୁ ।।
କର୍ମ ବଳେ ସିନା, ମିଳେ ସଫଳତା,
କର୍ମରୁ ମିଳଇ ଫଳ ।
କୁକର୍ମକୁ ତ୍ୟାଗୀ, ସୁକର୍ମେ ରହିଲେ,
ଜୀବିକା ହୁଏ ସଫଳ ।।
ଜୟ ଜଗନ୍ନାଥ