ଗୁରୁବେ ନମଃ
ଗୁରୁବେ ନମଃ
ଆମରି କୋମଳ, ହସ୍ତେ ଦେଇ ଖଡ଼ି,
ଶିଖାଇଲ ଲେଖା ପଢା ।
ଅ' ରୁ କେମିତି, ହୋଇ ଥାଏ ଆ' ,
ଜଣାଇ କରିଲ ଛିଡା ।।
ଭଲ ମନ୍ଦ ଗୁଣ, ଶିଖାଇ କରିଲ,
ସମାଜ ପାବଛେ ଛିଡା ।
ସତ୍ୟ ଧର୍ମ ପଥେ, ଚଲାଇ ଆମକୁ,
ସୁକାର୍ଯ୍ୟରେ କଲ ଲୋଡ଼ା ।।
ଦୋଷ ପାଇଁ ଦଣ୍ଡ, କୃତକାଜ୍ୟେ ସ୍ନେହ,
ଗୁରୁଙ୍କ ଆଶିଷ ଜ୍ୟୋତି ।
ଜୀବନ ପଥରେ, ଶିଷ୍ୟ ପାଇଁ ସଦା,
କୁସୁମିତ କରେ ନୀତି ।।
ବିଦ୍ୟାଳୟ ରୂପୀ, ସୁରମ୍ୟ ବଗିଚେ,
ମାଳିଟିଏ ପରି ରହି ।
ଛାତ୍ର ରୂପୀ ବୃକ୍ଷେ, ଫୁଟାଇଲ ଫୁଲ,
ସ୍ନେହ ପ୍ରେମ ନିର ଦେଇ ।।
କୂପଥରୁ ତୁମେ, ସୁପଥେ ଆଣିଲ,
ଜ୍ଞାନର ଆଲୋକ ଦେଇ ।
ଗୁରୁଙ୍କର ଋଣ, ଶେଷ ସ୍ୱାସ୍ ଯାଏ,
ନପାରେ ସୁଝିଣ କେହି ।।
ଆଜିର ଦୁନିଆ, ସ୍ୱାର୍ଥାନ୍ଧ ହୋଇଛି,
ଗର୍ବ ହିଂଶା ଦ୍ଵେଷ ନେଇ ।
ଗୁରୁ ଆଶୀର୍ବାଦ, ଥିଲେ ଶିଷ୍ୟ ପ୍ରତି,
ସର୍ବଦା ହୁଏ ବିଜୟୀ ।।
ଗୁରୁ ପୂର୍ଣ୍ଣିମାରେ, ପ୍ରଥମ ପ୍ରଣାମ,
ପ୍ରଥମ ଗୁରୁ ମୋ ମାତା ।
ବିନା ସ୍ୱାର୍ଥେ ଯିଏ, ତ୍ୟାଗଇ ଯୌବନ,
ସଂସାର ପାଇଁ ଦୁହିତା ।।
ପିତା ମାତା ଗୁରୁ, ଗୁରୁଜନ ପ୍ରତି,
ସାଷ୍ଟାଙ୍ଗ ପ୍ରଣାମ ମୋର ।
ଆଶୀର୍ବାଦ ତୁମ, ଥାଉ ନିରନ୍ତର,
ଏତିକି ମିନତୀ ମୋର ।।
ଗୁରୁ ମୁକ୍ତି ଦାତା, ଗୁରୁ ଶକ୍ତି ଦାତା,
ଗୁରୁ ହିଁ ଆଲୋକ ଦାତା ।
ଗୁରୁ ଚରଣରେ, ନୁଆଁଏ ମୁଁ ଶିର ,
ଗୁରୁ ମୋ ପଥ ନିର୍ମାତା ।।
ଗୁରୁ ବିନା ନୁହେଁ ଉଜ୍ଜଳ ଜୀଵନ
ଘୋଟେ ଘନ ଅନ୍ଧକାର ।
ଆଲୋକ ପ୍ରକାଶେ, ଗୁରୁଙ୍କ ସକାଶେ,
ଗୁରୁ ପୂଜ୍ୟ ନିରନ୍ତର ।।
ଗୁରୁ ପୂର୍ଣିମାରେ, ବ୍ୟାସ ଦେବ ଜନ୍ମ ,
ଆଲୋକର ଦୀପ ଶିଖା,
ସଂସ୍କୃତ ଭାଷାରେ, ରଚିଲେ ଯେ ଗ୍ରନ୍ଥ,
ଭାଗବତ ଉଚ୍ଚ ଶିକ୍ଷା ।।
ଜୀବନର ଜ୍ୟୋତି, ଏ ପୂଣ୍ୟ ପୁସ୍ତିକା,
ଶାଶ୍ୱତ ପ୍ରେମ ସ୍ୱରୂପ ।
ସ୍ନେହ ଦୟା କ୍ଷମା, ଶିକ୍ଷା ଦେଇ ଥାଏ,
ଜୀଵନ ଜ୍ୱଳନ୍ତ ଧୂପ ।।
ମନ ମଧ୍ୟେ ଧ୍ୟାୟେ, ଗୁରୁଙ୍କ ସ୍ୱରୂପ,
ରଖିବି ଗୁରୁଙ୍କ ନାମ ।
ଗୁରୁ ପିତା ମାତା, ମୋ ଭାଗ୍ୟ ବିଧାତା,
ଜଣାଏ କୋଟି ପ୍ରଣାମ ।।
ଗୁରୁ ପୂର୍ଣ୍ଣିମାକୁ, ପାଳନ କରିବା,
ଭୁଲି ଯିବା ଜାତି ଭେଦ ।
ଗୁରୁଙ୍କ ଚରଣ ବନ୍ଦନା କରିବା
ଦେଉଥିବା ନଇବେଦ୍ୟ ।।