ଥିଲା ମୋ ବିଦ୍ୟାଳୟ
ଥିଲା ମୋ ବିଦ୍ୟାଳୟ
ବିଦ୍ୟାଳୟ ଥିଲା,ସୁତୁରା ନିଆରା,
ଭୟ ଥିଲା ଆମ ହୃଦେ
ଦଣ୍ଡ ମୁକ୍ତ ହୋଇ,ଦଣ୍ଡ ହରାଶିଷ୍ୟ,
ହାରେ ଜୀବନର ଯୁଦ୍ଧେ ।
ସଂସ୍କାର ବି ଥିଲା, ଥିଲା ଯେ ନମ୍ରତା,
ଅନ୍ତରରେ ଥିଲା ଭକ୍ତି
ଅଜ୍ଞାନ ଅନ୍ଧାରୁ, ଗୁରୁଦେବ ଆମ,
ଦିଅନ୍ତି ଆଲୋକ ଶକ୍ତି ।
ଆଜିର ଦୁନିଆ, ଆଧୁନିକ ପଥେ,
ହେଉଅଛି ଅଗ୍ରସର
ସଂସ୍କାର ହଜୁଛି, ନାହିଁ ଶାଳୀନତା,
ଶିକ୍ଷା ହୀନ ଦରବାର ।
ମୋବାଇଲ କରେ, କୂପଥକୁ ଯାତ୍ରା,
ଇଣ୍ଟର ନେଟରେ ଛନ୍ଦି
କୁପ୍ରଭାବରେ, ଶିଷ୍ୟ ଦିଗହରା,
ଅଶ୍ଲୀଳତା ଦିଏ ବାନ୍ଧି ।
ହଳେ ଦୁଇ ହଳ,ପୋଷାକରୁ ଚଳୁ,
ଦୁଇ ବରଷର ପାଇଁ
ଚପଲ ନ ଥାଏ, ନାହିଁ ସାଇକେଲ,
ସମୟରେ ଆସୁ ଧାଇଁ ।
ମୋବାଇଲ ଯୋଗେ, ଛାତ୍ର ପଥ ହରା,
ଷଷ୍ଠରୁ ହୁଅଇ ନଷ୍ଟ
ପ୍ରେମ ବାର୍ତ୍ତା କରେ, ଶ୍ରେଣୀ ଗୃହେ ବସି,
ଗୁରୁ ଶିଷ୍ୟ ପଥଭ୍ରଷ୍ଟ ।
ମଦ୍ୟପାନ କରି, ଆସେ ବିଦ୍ୟାଳୟ,
ଖାଏ ଖଇନି ଗୁଟୁଖା
ପାଠ ନାହିଁ ଲୋଡ଼ା, ଆଜିର ସମାଜେ,
ସିବା ମୋବାଇଲ ଛଡା ।
ଦେଖାଣିଆ ଯୁଗ, ଆଜିର ସମାଜ,
ଫେସବୁକ ହ୍ଵାଟ୍ସଆପ
ସଭିଏଁ ପାଗଳ, ନିଜ ପ୍ରସଂଶାରେ,
ହୃଦୟରେ ରଖି ପାପ ।
ଛୁଟି ସମୟରେ, ଫାଟକ ସମ୍ମୁଖେ,
ଛାତ୍ରଙ୍କର ବିଶୃଙ୍ଖଳା
ଆଶ୍ଚର୍ଯ୍ୟ ଲାଗିବ, ନିଶ୍ଚୟ ଦେଖିଲେ,
ଛାତ୍ର ଛାତ୍ରୀଙ୍କର ଲୀଳା ।
ଚରିତ୍ର ଗଠନ, ଶିଖାନ୍ତୁ ଗୁରୁଜୀ,
ଦେଇ ନମ୍ରତାର ବାଣୀ
ନଚାଲୁ ଶ୍ରେଣୀରେ, ଛାତ୍ର ଛାତ୍ରୀ ମଧ୍ୟେ,
ପ୍ରେମ ଆଳାପର ବାଣୀ ।
ଆଧୁନିକ ହେଉ, ଚାଲୁ ରାଜନୀତି,
ପ୍ରଭାବ ନପଡୁ ଶିଷ୍ୟେ
ଛାତ୍ର ଛାତ୍ରୀ ଯଦି, ହୋଇବେ ସଂଶ୍ଳିଷ୍ଟ,
ପଥଭ୍ରଷ୍ଟ ହିଁ ଭବିଷ୍ୟେ ।