ଆମେ ଭାରତୀୟ
ଆମେ ଭାରତୀୟ


ଆମେ ଭାରତୀୟ ଶାନ୍ତିର ପଥିକ
ଅହିଂସା ଆମର ମୂଳ ମନ୍ତର
ଦୁର୍ବଳ,ଅକ୍ଷମ ଭାବ ନା ଆମକୁ
ସୁଯୋଗ୍ୟ ସନ୍ତାନ ଆମ୍ଭେ ମାଆର ।
ବିଶ୍ୱ ଦରବାରେ ସଦ୍ଭାବନା ପାଇଁ
ନିର୍ମଳ ହୃଦରେ ସଦା ତତ୍ପର
ସରଳ,ନିରୀହ ଭାବ ନା ଆମକୁ
ନେଇପାରୁ ପ୍ରାଣ ଆମ୍ଭେ ଶତ୍ରୁର ।
ଦେଶର ସୁରକ୍ଷା ଆମ୍ଭରି କର୍ତ୍ତବ୍ୟ
ସାହସ,ଶକତି ହୃଦେ ଅପାର
ଅଯୋଗ୍ୟ,ଅକର୍ମା ଭାବ ନା ଆମକୁ
ବିପଦେ ହେବୁନି କେବେ କାତର ।
ସେବା,ତ୍ୟାଗ ଧର୍ମ,ଦୟା,କ୍ଷମା,ଦାନ
ପାଇଛୁ ଅମୂଲ୍ୟ ନୀତି ସଂସ୍କାର
ଅଜ୍ଞାନ,ଅଥର୍ବ ଭାବ ନା ଆମକୁ
ଦେଶହିତେ ଦେବୁ ପ୍ରାଣ ଆମର ।
ବିଶ୍ୱଭ୍ରାତୃପ୍ରୀତି କରିଛୁ ଆୟତ୍ତ
ଜଗତିକରଣ କରୁଆଦର
ଅଧମ ,ଅନାର୍ଯ୍ୟ ଭାବ ନା ଆମକୁ
କରମ ବଳରେ ପୋଷୁ ଉଦର ।
ଅନ୍ୟାୟ,ଅସତ୍ୟ କପଟ ବିହୀନ
ପ୍ରଗତି ନିମନ୍ତେ ଆମେ ଅଧିର
ଅନାଥ,ଅଧୈର୍ଯ୍ୟ ଭାବ ନା ଆମକୁ
ଦେଶ ହିତେ ବଳି ଦେବୁ ଶରୀର ।