STORYMIRROR

Manas Nayak

Inspirational

3  

Manas Nayak

Inspirational

ବିଶ୍ବାସ ରେ ବାଧା

ବିଶ୍ବାସ ରେ ବାଧା

1 min
232

ଅତଳ ସାଗରତଳେ ଆସେ ଜୁଆର ଅତର୍କିତ 

ରକ୍ତାକ୍ତ କଳହପୂର୍ଣ୍ଣ ସମାଜ ଆଜି ବିକଶିତ

ଅଗ୍ନି ଦାହେ ସମାହିତ ସୀତାଙ୍କ ସତୀତ୍ୱ

ବୁଭୁକ୍ଷୁ ବି ଗଢିପାରେ ବିଶାଳ ବ୍ଯକ୍ତିତ୍ବ (୧) 


ଜ୍ବଳନ୍ତ ନିଦାଘେ ପୁଣି ହେମ ବୃଷ୍ଟିପାତ

ଅଧର୍ମୀ କରଇ ଉତ୍ପାତ ଆଜି ନ୍ଯାୟ ପକ୍ଷପାତ

ଅଙ୍କାବଙ୍କା ଜୀବନେ ଆସେ କେତେ ଘାତ ପ୍ରତିଘାତ

ତଥାପି ଜିଇଁବାକୁ ହୁଏ ହସି ହସି ଅବିରତ। (୨)


ଆହ୍ଲାଦିତ ଅମ୍ବରରେ ତାରାଟିଏ ନିର୍ଲିପ୍ତ 

କୃଷକ ଆନ୍ଦୋଳନ ପୁଣି ଆଜି ପ୍ରତିଧ୍ୱନିତ

ନାରୀ ଶିକ୍ଷା, ନାରୀ ସଶକ୍ତିକରଣ ହୁଏ ଚତୁର୍ଦ୍ଦିଗ ଗୁଞ୍ଜରିତ

ପରୀ ପରି କେତେ ପରୀ ଦୈନିକ ନିଷ୍ପେଷିତ। (୩) 


କ୍ଷୁଦ୍ରାତି ବୀଜରୁ ଦିନେ ମହାଦ୍ରୁମ ସଂଚରିତ

ପିତାମାତା ଅବଦାନ ଆଜି ସଂସାରୁ ବିସ୍ମୃତ

ଧ୍ୟାନ ଯୋଗ ଦାନ କରି ଆତ୍ମା ପ୍ରସାରିତ

କାମାଗ୍ନି ଲାଳସା ଆଗେ ଚେତନା ସମର୍ପିତ। (୪) 


ଦେଶ ପ୍ରେମେ ଜୁଡୁବୁଡୁ ହେଲା କୁନି ବାଜିଆର ରକ୍ତ

ଖାଲିସ୍ଥାନ ଗଠନରେ ଆଜି କୋଟିଏ ଉଦ୍ୟତ

ଗାଁ ମୁଣ୍ଡ ବରଗଛ ଡାଳେ ପାଳଭୂତ ଏଜାଏଁ ଜିବୀତ

ଦରିଦ୍ର ଅପଢା ଅଛୁଆଁ ରମା ହୁଏ ଏବେବି କୁତ୍ସିତ । (୫) 


ଆହ୍ବାନ୍ ମାତ୍ରକେ ସେନା ଏଲଓସି ରେ ତୈନାତ 

ଲକ୍ଷେ ପୁଲ୍ଓ୍ବାମା ତ୍ରସ୍ତ ହୁଏ ଜିତିଯାଏ ଜାତୀୟ ସଙ୍ଗୀତ

ଶୋଭାଯାତ୍ରା କରତାଳି ରେ ଆମ ଗଣତନ୍ତ୍ର ମଜବୁତ

ପେଟ ପାଇଁ ଶେଷରେ ସେ ଦାଦନ ଖଟିବାକୁ ପ୍ରସ୍ତୁତ । (୬)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational