STORYMIRROR

Manas Nayak

Inspirational

3  

Manas Nayak

Inspirational

ସମ୍ପର୍କର ଉଷ୍ମତା

ସମ୍ପର୍କର ଉଷ୍ମତା

1 min
179

ସ୍ପର୍ଶ ବି ସଂଚରିଯାଏ ବିଶ୍ବାସଟେ ହୋଇ

ପିତାର ପାପୁଲିଟି ତା' ମସ୍ତକରେ ପାଇ

ସବୁ ବିସର୍ଣ୍ଣତା ଯାଏ ନିମିଷେ ମିଳାଇ

ଶତ ସିଂହ ବଳ ମିଳେ ପିତା ହେଲେ ଛାଇ । (୧) 


ଉତ୍ତପ୍ତ ନିଦାଘେ ମିଳେ ଏକ ସ୍ନିଗ୍ଧ ଶୀତଳ ସ୍ପର୍ଶ

ମା'ର ପଣତ ସଦା ସ୍ନେହ କରୁଣା ମମତାସିକ୍ତ

ଲକ୍ଷ୍ମଣରେଖା ସତେ ମା'ର ସେ ଅଭୟ ବଳୟ 

ଲହୁ ଲୁହ ଲିଭିଯାଏ ପାଇ ତାର ଅମୂଲ୍ଯ ପରଶ । (୨) 


ହାତ ଗଣ୍ଠିରେ ମନ୍ତର ଜଳ ସୀମନ୍ତର ସିନ୍ଦୁର 

ଦେହ ମନ ପ୍ରାଣ ମିଶେ ହୋଇ ଜନ୍ମ ଜନ୍ମାନ୍ତର

ସୃଷ୍ଟି ହୁଏ ପୁଳାଏ ଏଠି ଅନାବିଳ ଆତ୍ମୀୟତାର

ହାତ ପାହାନ୍ତାରେ ମିଳିଯାଏ ଉଷ୍ଣତା ସମ୍ପର୍କର । (୩) 


ଗଭୀର ଆବେଗ ନିବିଡତାର ଆଉ ଏକ ବନ୍ଧନ

ରେଶମୀ ଡୋରୀ ଖଣ୍ଡିକରେ ବନ୍ଧା କୋଟିଏ ସପନ

କଣ୍ଢେଇ ଯୁଦ୍ଧରୁ ଆରମ୍ଭ ହୁଏ ଭାଇଭଉଣୀଙ୍କ ଜୀବନ

ତ୍ଯାଗ ବଳିଦାନ ଭରା ହୃଦୟର ସମସ୍ତ ସ୍ପନ୍ଦନ । (୪) 


ବନ୍ଧୁ ସଖା ସହୋଦର ସମ୍ପର୍କର ନିଆରା ସୂତ୍ରଧର

କୃଷ୍ନ ସୁଦାମା ଓ କର୍ଣ୍ଣ ଦୁର୍ଯ୍ୟୋଧନଙ୍କ ବନ୍ଧୁତ୍ବ ଅସାର

ରକ୍ତ ସମ୍ପର୍କଠୁବଳି ମିଳେ ସଖାର ସର୍ବସ୍ବ ବଳିଦାନ

ନିସ୍କପଟ ଛଳନାଶୂନ୍ୟ ଏକ ବିଭୂଦତ୍ତ ବରଦାନ । (୫) 


ସଂସ୍ପର୍ଶ ସାନ୍ନିଧ୍ୟରୁ ଉତ୍ପତ୍ତି ନୁହେଁ ସମ୍ପର୍କର ଉଷ୍ଣତା

ଚର୍ମ ସୁଖ ବଳିପଡେ ହେଲେ ଚୈତନ୍ୟର ଅନୁକମ୍ପା

ସର୍ବଏୈକତ୍ବ ବିଶ୍ବ ଭାତୃତ୍ବର ବୀଜବପନ ହିଁ ଆଧ୍ଯାତ୍ମିକତା

ଆତ୍ମା ପରମାତ୍ମା ମିଳନର ସେତୁ ହିଁ ସମ୍ପର୍କର ଉଷ୍ଣତା । (୬) 



Rate this content
Log in

Similar oriya poem from Inspirational