STORYMIRROR

Manas Nayak

Inspirational

3  

Manas Nayak

Inspirational

ସମ୍ପର୍କ ର ବୁଢିଆଣୀ ଜାଲ

ସମ୍ପର୍କ ର ବୁଢିଆଣୀ ଜାଲ

1 min
268

ସମ୍ପର୍କ ଦୁଇ ମନର ଏକ ଅହେତୁକ ବନ୍ଧନ

ସମ୍ବନ୍ଧ ନଥିଲେ ହେଁ ଚେଇଁଉଠେ ନୂତନ ସ୍ପନ୍ଦନ

ନିର୍ଝରିଣୀରୁ ତଟିନୀ ପୁଣି ସାଗରରେ ଉଛୁଳା ମିଳନ

କିଛି ବାସ୍ତବତା କିଛି ଛଳନାକୁ ନେଇ ସମ୍ପର୍କର ଜୀବନ।


ସବୁ ଅନିଶ୍ଚିତତା ନିରାଶାରେ ବି ଉପେକ୍ଷିତ ସମ୍ପର୍କର ଏକ କ୍ଷୀଣ ସ୍ଫୁରଣ

କେତେବେଳେ ଦୁଇ ମନର ଜ୍ବାଳା ନେଇ ଜିଇଁଉଠେ ସୁପ୍ତ ଆଗ୍ନେୟ ଉଦଗିରଣ

ପୁଣି କେବେ ଦୁଇ ଅଶାନ୍ତ ମନକୁ ମିଳେ ସୁଖ ପ୍ରଶାନ୍ତି ର ଏକ ମଖମଲି ଆବରଣ

ସ୍ନାୟୁରୁ ମନ,ମନରୁ ପ୍ରାଣ ଖେଳିଯାଏ ସମ୍ପର୍କର ରଙ୍ଗୀନ୍ ନୂଆ ବାତାବରଣ। 


କିଛି ନିଜସ୍ବ ଶବ୍ଦର ବାଡଦେଇ ସମ୍ପର୍କର ପରିଚୟ ହୁଏ ସଂଜ୍ଞାକୃତ 

ବିଶାଳ ବପୁ ହୁଏ ସମ୍ବେଦନଶୀଳତାର ତୀକ୍ଷ୍ଣ ଲକ୍ଷ୍ମଣ ରେଖାଂକିତ

ଅଜଣା ଅଚିହ୍ନାର ତୀମିରରୁ ବିଶ୍ବାସ ଆତ୍ମୀୟତାରେ ହୁଏ ଆଲୋକିତ

ସ୍ନେହ ମମତା ତ୍ୟାଗ ସମର୍ପଣ ର ଅମୃତ ସନ୍ଧାନହିଁ ସମ୍ପର୍କର କୋଣାର୍କ ସ୍ଥାପତ୍ୟ। 


ବିଶ୍ବାସ ଅନାବିଳ ଆସକ୍ତି ର ନିଅଁ ଉପରେ ଗଢିଉଠେ ସମ୍ପର୍କର ଭବ୍ୟ ତାଜମହଲ

ଦୁଇ ବିପରୀତ କୂଳକୁ ହିଁ ଯୋଡି ଦିଏ ସମ୍ପର୍କର ଏକ ମଜଭୁତ ପୋଲ

ଖୋଜା ଲୋଡା ର ବିଗୁଲ ରୁ ଆରମ୍ଭ ସମ୍ପର୍କରେ ଆସେ ଦବା ନେବାର ମୁଲଚାଲ

ନିଚ୍ଛକ ସ୍ବାର୍ଥ ହିଁ ସାଜିଛି ଆଜି ସମ୍ପର୍କର ଦିନରାତି ହାଲଚାଲ।


ସମ୍ପର୍କର ଅମଡା ବାଟ କିନ୍ତୁ କାହି କେଉଁ ପ୍ରାରବ୍ଧ କାଳରୁ

ଏନ୍ତୁଡିରୁ କୁଆଁ ସ୍ବର ପୁଣି ପକ୍ଷୀ ଶାବକର କଁଁଅଳ ଡାକରୁ

ସମ୍ପର୍କର ସୁଲଳିତ ଝଙ୍କାର ଶୁଭେ ଯମୁନା ର କଦମ୍ବ ମୂଳରୁ

ବ୍ୟାପ୍ତ ସସାଗରାଧରା ଅଙ୍କାବଙ୍କା କଖାରୁ ଡଙ୍କୀ ମଥାଣରୁ। 


ସମ୍ପର୍କ ହିଁ ପ୍ରେମ ବନ୍ଧନର ଅଛିଣ୍ଡା ସୂକ୍ଷ୍ମ ସୂତା ଖିଅ ପରି 

ଲମ୍ବିଛି ଘେରିଛି ଅଦୃଶ୍ୟ ଅସ୍ପଷ୍ଟ ବୁଢିଆଣୀ ଜାଲ ପରି

ବିଶ୍ବାସର ନଟେଇରୁ ସମ୍ପର୍କ ଗୁଡି ଛିଣ୍ଡି ପୁଣି ଯୋଡିଲା ପରି

ମଧୁର ଲଗ୍ନରେ ବନ୍ଧା ଭକ୍ତ ଭକବାନର ସମ୍ପର୍କର ଡୋରୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational