STORYMIRROR

Manas Nayak

Inspirational

3  

Manas Nayak

Inspirational

ପରିବର୍ତ୍ତନ

ପରିବର୍ତ୍ତନ

1 min
224


ବଦଳିବାର ଏକ ନିଚ୍ଛକ ଅଭିବ୍ୟକ୍ତି 

ସମୟକୁ ଜୀବନ୍ତ ସାବ୍ଯସ୍ତ କରିବାର 

ଏକ ପ୍ରୟାସ ନିରବଛିନ୍ନ

ଅବା ଆବର୍ତ୍ତନର ପରିଧିରେ ଶୀର୍ଷତାର

ଏକ ବୃଥା ପ୍ରହସନ।


କେତେବେଳେ ଜୁଆରରେ ଏକ କୂଳରୁ 

ଆରକୂଳକୁ ବିସ୍ଥାପନ

ଅବା ପ୍ରଳୟଙ୍କାରୀ ବନ୍ଯାରେ 

ଭିଟାମାଟି ଠାରୁ ନିର୍ଯ୍ୟାସନ।


ମୁଣ୍ଡ ଝାଳ ତୁଣ୍ଡେ ମାରି କଣ୍ଟକିତ ଦୁର୍ଗମ ପଥକୁ

ସଫଳତା ର ସୋପାନରେ ରୂପାନ୍ତରଣ

ଅବା ଖୋଷାମତି କରି ପାରିତୋଷିକରୁ 

ରାତାରାତି ରାଜେନ୍ଦ୍ରାସୀନ।  


ଅବଚେତନରୁ ଚେତନାର ସୂକ୍ଷ୍ମ ବିକାଶ

ଚଣ୍ଡାଶୋକରୁ ଧର୍ମାଶୋକ

ଅବା ପାଶବିକ ପ୍ରବୃତ୍ତିରେ ମତୁଆଲା

କ୍ଷମତାସୀନ ହୋଇ ଶୋଷଣର ଜୟଗାନ।


ଗୋଧୂଳି ର ଦୂର ଦିଗନ୍ତ ରେ ଆଖିପତାତଳେ

ହାଇମାରୁଥିବା କ୍ଲାନ୍ତ କାକୁସ୍ଥ ଜୀବନ

ଅବା ସନ୍ନିକଟ ଦିଗବଳୟ ରେ ସ୍ବର୍ଣ୍ଣାଭସୂର୍ଯ୍ୟୋଦୟ

ସ୍ନେହାଁଲ୍ହାଦିତ ଜୀବନର ମାଦକୀୟ ଯୌବନ।


ସୀମିତ କେବଳ କ୍ୟାଲେଣ୍ଡରରେ ପୃଷ୍ଠା ଉନ୍ମୋଚନ

ଡିସେମ୍ବର ପରେ ନବ ବର୍ଷର ଉଚ୍ଚାଟ ଅଭିନନ୍ଦନ

ଅବା ମରା ରୁ ରାମ, ଉଇ ହୁଙ୍କାରୁ ବାଲ୍ମୀକି 

ଦାନବତ୍ବରୁ ଦେବ ତୁଲ୍ଯ ପରିମାର୍ଜନ ।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational