STORYMIRROR

Gitanjali Pujapanda

Inspirational

3  

Gitanjali Pujapanda

Inspirational

ମାତାଙ୍କର ଆଗମନର ବେଳ

ମାତାଙ୍କର ଆଗମନର ବେଳ

1 min
250

ଜଗତମାତାଙ୍କର ଆଗମନର ବେଳ ହେଲାଣି

କାଶତଣ୍ଡିରେ ସୁଲୁସୁଲିଆ ପବନ

 ଆଲଟ ଚାମର ଦେଲାଣି।

ଝରା ଶେଫାଳିର ବାସ୍ନା ଚହଟି ଲାଣି

ଅପରିଜିତାର ଶୋଭା ବାରିପଟେ ଉଭା

ହେଲାଣି ଶରତର ଆଗମନେ ନୂଆ ନୂଆ

ଲାଗେ ଧରିଣୀରାଣୀ।

ଆସ ମାଆ ତୁମ ଆସିବା ବେଳା ହେଲାଣି

ଅଗରୁ କୁମକୁମ ବାସ୍ନା ମହମହ ବାସିଲାଣି।

ତୁମ ଦର୍ଶନ ନିମନ୍ତେ ମନରେ ଭକ୍ତିଭାଵର

ଧାରା ବହିଲାଣି ।

ତୁମ ଆଶିଷ ପାଇବା ପାଇଁ ଆତୁର ଏ ଧରାଧରଣୀ

 ଭକିତ ଧାରାରେ ବିଭୋର ସଭିଏଁ ହେଲେଣି

ଜୟ ଜୟ ମାଆ ତୁମେ ଜଗତଜନନି

ନମୋ ଅମ୍ବିକେ ନମଃ ଅମ୍ବାଳିକେ,

ନମଃ ଦେବୀ ଶିବେ ସର୍ବାଧିସାଧିକେ।

ମହିଷାସୁରମର୍ଦ୍ଦିନି ଦୁଃଖ ଶୋକ ନାଶିନୀ

ଅସୁର ଦୈତ୍ୟ ଦୁଷ୍ଟ  ସଂହାରକାରିଣୀ

ଜଗତ ଜନନୀ, ଶିବଙ୍କର ଘରଣୀ

ଗଣେଶ କାର୍ତ୍ତିକେୟ ଜନନୀ ସତୀ ମହାସତୀ

ଘେନ ପ୍ରଣତି ମୋ ହୃଦୟରୁ ମାତା ରାଣୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational